ୱାର୍ଡ ନମ୍ବର ୨୪ ର ବିଭିନ୍ନ ଅଞ୍ଚଳ ବୁଲିଲେ ବିଏମସି କମିଶନର
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ) ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ଚଞ୍ଚଳ ରାଣା ଆଜି କ୍ଷେତ୍ର ପରିଦର୍ଶନରେ ଯାଇ ଆଜି ୱାର୍ଡ ନମ୍ବର ୨୪ ର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି । ଏହି ଅବସରରେ ସେ ପରିମଳ ସେବା, ବର୍ଜ୍ୟ ସଂଗ୍ରହ ବ୍ୟାଗ୍ ର ବ୍ୟବହାର, ସଫେଇ ଗାଡିର ନିୟମିତତା ସାଙ୍ଗକୁ ଜବରଦଖଲ ଏବ
ୱାର୍ଡ ନମ୍ବର ୨୪ ର ବିଭିନ୍ନ ଅଞ୍ଚଳ ବୁଲିଲେ ବିଏମସି କମିଶନର


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ) ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ଚଞ୍ଚଳ ରାଣା ଆଜି କ୍ଷେତ୍ର ପରିଦର୍ଶନରେ ଯାଇ ଆଜି ୱାର୍ଡ ନମ୍ବର ୨୪ ର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି ।

ଏହି ଅବସରରେ ସେ ପରିମଳ ସେବା, ବର୍ଜ୍ୟ ସଂଗ୍ରହ ବ୍ୟାଗ୍ ର ବ୍ୟବହାର, ସଫେଇ ଗାଡିର ନିୟମିତତା ସାଙ୍ଗକୁ ଜବରଦଖଲ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଓ ଆବଶ୍ୟକତା ବାବଦରେ ମଧ୍ୟ ଆଲୋଚନା କରିଛନ୍ତି କ୍ଷ ଏହି ପରିଦର୍ଶନ ସମୟରେ ଡେପୁଟି କମିଶନର, ସ୍ଥାନୀୟ କର୍ପୋରେଟର ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande