ଧର୍ମଶାଳା,୫ଅକ୍ଟୋବର(ହି.ସ.) - ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଏକ କଂଟେନର ଗାଡିରେ ଗୋରୁ ବୋଝେଇ ହୋଇଥିବା ସନ୍ଦେହ କରି ଆରୁହା ଛକ ନିକଟରେ ସ୍ଥାନୀୟ ଅଂଚଳର କେତେକ ଯୁବକ ଅଟକାଇ ପୁଲିସ ଜିମ୍ମା ଦେଇଥିବା ଜଣାପଡିଛି । ଥାନାରେ ପୁଲିସ ଗାଡିର ଚାବି ଖୋଲି ଭିତରେ ତାଲାସି ନେଇଥିଲା । ହେଲେ ଏହି କଂଟେନର ଗାଡିରୁ କେବଳ ଲୁହା ସାମଗ୍ରୀ ବାହାରିଥିଲା । ଉକ୍ତ କଂଟେନର ଗାଡିଟି କଳିଙ୍ଗନଗରସ୍ଥିତ ଜିନ୍ଦଲ କାରଖାନାକୁ ଯାଉଥିବା ଜଣପଡିଛି । ପରେ ପୁଲିସ କଂଟେନର ଗାଡିକୁ ଛାଡି ଦେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ