ହବିଷିଆଳି କେନ୍ଦ୍ରର ସୁରକ୍ଷା ଵ୍ଯବସ୍ଥାର ସମୀକ୍ଷା କଲେ ଏସପି
ପୁରୀ, ୫ ଅକ୍ଟୋବର (ହି.ସ.)- ପବିତ୍ର କାର୍ତ୍ତିକ ମାସରେ ଆସୁଥିବା ହବିଷିଆଳି ମା’ମାନେ ପାଇଁ ଚଳିତବର୍ଷ ପୁରୀ ପୁଲିସ ପକ୍ଷରୁ ବିଶେଷ ସୁରକ୍ଷା ଵ୍ଯବସ୍ଥା କରାଯାଇଛି । ଏହି ସୁରକ୍ଷା ବ୍ଯବସ୍ଥାର ସମୀକ୍ଷା ପାଇଁ ଶନିବାର ଦିନ ଏସପି ପ୍ରତୀକ ସିଂ ପାଞ୍ଚଟି ହବିଷିଆଳି କେନ୍ଦ୍ର ବୁଲିବା ସହ ଆଲୋଚନ
ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ହବିଷିଆଳି କେନ୍ଦ୍ରର ସୁରକ୍ଷା ଓ ସୁବିଧା ଵ୍ଯବସ୍ଥାର ସମୀକ୍ଷା


ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ହବିଷିଆଳି କେନ୍ଦ୍ରର ସୁରକ୍ଷା ଓ ସୁବିଧା ଵ୍ଯବସ୍ଥାର ସମୀକ୍ଷା


ପୁରୀ, ୫ ଅକ୍ଟୋବର (ହି.ସ.)- ପବିତ୍ର କାର୍ତ୍ତିକ ମାସରେ ଆସୁଥିବା ହବିଷିଆଳି ମା’ମାନେ ପାଇଁ ଚଳିତବର୍ଷ ପୁରୀ ପୁଲିସ ପକ୍ଷରୁ ବିଶେଷ ସୁରକ୍ଷା ଵ୍ଯବସ୍ଥା କରାଯାଇଛି । ଏହି ସୁରକ୍ଷା ବ୍ଯବସ୍ଥାର ସମୀକ୍ଷା ପାଇଁ ଶନିବାର ଦିନ ଏସପି ପ୍ରତୀକ ସିଂ ପାଞ୍ଚଟି ହବିଷିଆଳି କେନ୍ଦ୍ର ବୁଲିବା ସହ ଆଲୋଚନା ଓ ସମୀକ୍ଷା ସହିତ କରିଥିଲେ। ଏସପିଙ୍କ ସହ ଅତିରିକ୍ତ ଏସପି ସୁଶିଲ ମିଶ୍ର ଓ ଦେବ ପ୍ରତାପ, କୁମ୍ଭାରପଡା ଥାନା ଅଧିକାରୀ ସୁଶାନ୍ତ ସାହୁ ଓ ଆରଇ ଚିତ୍ତରଞ୍ଜନ ମହାନ୍ତି ସାମିଲ ହୋଇଥିଲେ । ନରେନ୍ଦ୍ର କୋଣ ବୃନ୍ଦାବତୀ ନିବାସ, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଲା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଏସପି ଓ ତାଙ୍କ ଟିମ ପରିଦର୍ଶନ କରିବା ସହ ସୁରକ୍ଷା ବ୍ଯବସ୍ଥା, ଆଲୋକ, ପାଣି, ଶୌଚାଳୟ ଓ ଆବଶ୍ୟକ ସୁବିଧା ଯାଞ୍ଚ କରିଥିଲେ। ହବିଷିଆଳି ମା’ମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ପୁରୀ ପୋଲିସ୍ ପକ୍ଷରୁ ଯୋଗାଯୋଗ, ପରିଚାଳନା ଓ ନିରୀକ୍ଷଣ ନିମନ୍ତେ ବିଶେଷ ୟୁନିଟ୍ ଗଠିତ ହୋଇଛି । ଏହା ସହିତ ଭିଏଚଏଫ କଣ୍ଟ୍ରୋଲ ରୁମ ଟ୍ରାଫିକ ଉଇଙ୍ଗ, ଟାଉନ ଥାନା, ସିବିଚ ଥାନା, ତାଳବଣିଆ ଥାନା, ବାସେଳି ସାହି ଥାନା, କୁମ୍ଭାରପଡା ଥାନା ସମନ୍ବୟରେ କାର୍ଯ୍ୟ ସମ୍ପାଦନ କରିବେ । ଭକ୍ତ ଓ ହବିଷିଆଳି ମା’ମାନଙ୍କ ପ୍ରତି ସମ୍ମାନ, ଶିଷ୍ଟାଚାର ଓ ସହାୟତାମୂଳକ ବ୍ଯବହାର ଓ ଉତ୍ତମ ଆଚରଣ କରିବା ପାଇଁ ଏସପି ଶ୍ରୀ ସିଂ ସମସ୍ତ ଅଧିକାରୀ ଓ ଫୋର୍ସ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହବିଷିଆଳି କେନ୍ଦ୍ରରେ ହବିଷ୍ୟାଳୀ ମା’ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande