ଜାରକାରେ ମହର୍ଷି ବାଲ୍ମିକୀ ଜୟନ୍ତୀ ପାଳିତ
ଧର୍ମଶାଳା,୫ଅକ୍ଟୋବର(ହି.ସ.) - ଧର୍ମଶାଳା ବ୍ଲକ ଜାରକା ହାଇସ୍କୁଲସ୍ଥିତ ଆମ ପାଠାଗାର ପରିସରରେ ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ରାଷ୍ଟ୍ରଦୀପ ପାଠକ ସମିତି ଆନୁକୂଲ୍ୟରେ ମହର୍ଷି ବାଲ୍ମିକୀ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ନୃସିଂହ ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ସଭାରେ ଡ଼କ୍ଟର ସନ୍ତୋ
ଜାରକାରେ ମହର୍ଷି ବାଲ୍ମିକୀ ଜୟନ୍ତୀ ପାଳିତ


ଧର୍ମଶାଳା,୫ଅକ୍ଟୋବର(ହି.ସ.) - ଧର୍ମଶାଳା ବ୍ଲକ ଜାରକା ହାଇସ୍କୁଲସ୍ଥିତ ଆମ ପାଠାଗାର ପରିସରରେ ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ରାଷ୍ଟ୍ରଦୀପ ପାଠକ ସମିତି ଆନୁକୂଲ୍ୟରେ ମହର୍ଷି ବାଲ୍ମିକୀ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ନୃସିଂହ ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ସଭାରେ ଡ଼କ୍ଟର ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ ଉଦଘାଟନ କରିବା ସହ ବାଲ୍ମିକୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଶିକ୍ଷାବିତ ତଥା ପ୍ରବଚକ ବିଭୂତି ଭୂଷଣ ପାଳ ଯୋଗଦେଇ ପବିତ୍ର ଗ୍ରନ୍ଥ ରାମାୟଣ ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଓ କବି ସଂଗ୍ରାମ କେଶରୀ ଜେନା ଯୋଗଦେଇ ରାମାୟଣର ମୌଳିକ ଦିଗ ଉପରେ ଆଲୋକପାତ କରିଥିଲେ । ବ୍ରହ୍ମବରଦା ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼କ୍ଟର ମହେଶ୍ୱର ପାଢ଼ୀ,ସାଧୁ ଅଭୟାନନ୍ଦ ସାରଦା, ଗୋକର୍ଣିକା ସଭାପତି ଡ଼. ରମାକାନ୍ତ ଜେନା, କବି ଡ଼. ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ବାଲ୍ମିକୀଙ୍କ ବିଚାରଧାରା ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କୁ ପୁଷ୍ପଗୁଛ,ଉତରୀୟ ଓ ମାନପତ୍ର ପ୍ରଦାନ କରି ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ଅନନ୍ତ କିଶୋର ପରିଡ଼ା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଆବାହକ ଅଧ୍ୟାପକ ବିଜୟ କୁମାର ନାୟକ, ଅବରସରପ୍ରାପ୍ତ ଶିକ୍ଷକ ଚିତରଂଜନ ମହାନ୍ତି ଓ ସମାଜସେବୀ ଈଶ୍ୱର ଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କାହ୍ନୁଚରଣ ଦାଶ, ବିବେକାନନ୍ଦ ଜେନା, ପର୍ଶୁକାନ୍ତ ଜେନା,ଗୋଲକ ଚନ୍ଦ୍ର ପଲେଇ, ବିଜୟ କୁମାର ହୋତା, ଅଲେଖ ସାହୁ, ବ୍ରଜ କିଶୋର ଦାଶ, ବନମାଳୀ ରାଉତ ପ୍ରମୁଖ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଯୁଗଳ କିଶୋର ଦାସ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande