ବାଇକ ଅରୋହୀ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଲୁଟ
ଧର୍ମଶାଳା,୫ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାନପୁର ନିକଟରେ ଗତକାଲି ରାତି ପ୍ରାୟ ସାଡେ ଆଠଟାରେ ଜଣେ ବାଇକ ଆରୋହୀ ଯୁବକଙ୍କୁ ଦୁର୍ବୃତମାନେ ଭୁଜାଲିରେ ଆକ୍ରମଣ କରି ୧୫ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଦୁର୍ବୃତଙ୍କ ଭୁଜାଲି ଆକ୍ରମଣରେ ଗୁରୁତର ଆହ
ବାଇକ ଅରୋହୀ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଲୁଟ


ଧର୍ମଶାଳା,୫ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାନପୁର ନିକଟରେ ଗତକାଲି ରାତି ପ୍ରାୟ ସାଡେ ଆଠଟାରେ ଜଣେ ବାଇକ ଆରୋହୀ ଯୁବକଙ୍କୁ ଦୁର୍ବୃତମାନେ ଭୁଜାଲିରେ ଆକ୍ରମଣ କରି ୧୫ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଦୁର୍ବୃତଙ୍କ ଭୁଜାଲି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଯୁବକକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରିଥିଲେ । ଆହତ ଯୁବକ କଟକ ସାଲେପୁର ଅଂଚଳର ମାନସ ଓଝା ( ୨୨) ବୋଲି ଜଣାପଡିଛି । ସୂଚନା ମୁତାବକ ମାନସ ଗତକାଲି ଏକ ବୁଲେଟ ଯୋଗେ ନିଜ ବନ୍ଧୁଘର ଥାନୁଆଳ ଅଂଚଳକୁ ଯାଉଥିବା ବେଳେ ଜାରକା ବଜାରରେ ଥିବା ଏଟିଏମରୁ ଟଙ୍କା ଉଠାଇଥିଲେ । ପରେ ସେ ନିଜ ବନ୍ଧୁଘର ଅଭିମୁଖେ ଯାଉଥିବା ବେଳେ ନାନପୁର ଛକରେ ୩ ଜଣ ଦୁର୍ବୃତ ଏକ ଧଳା ଆପାଚି ବାଇକରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଭୟଭିତ କରିବା ସହ ତାଙ୍କ ନିକଟରୁ ୧୫ ହଜାର ଟଙ୍କା ଲୁଟି ନେଇଥିଲେ । ଏଥିସହ ଦୁର୍ବୃତମାନେ ତାଙ୍କ ବୁଲେଟକୁ ଛଡାଇ ନେବାକୁ ଉଦ୍ୟମ କରିଥିବା ବେଳେ ମାନସ ଚିତ୍କାର କରିବାରୁ ଲୋକେ ରୁଣ୍ଡହେବା ଭୟରେ ଦୁର୍ବୃତମାନେ ଗାଁ ରାସ୍ତାଦେଇ ଫେରାର ହୋଇଯାଇଥିଲେ । ମାନସଙ୍କ ଦୁଇ ହାତରେ ଗଭିର ଆଘାତ ଲାଗିଥିବା ବେଳେ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଗତକଲି ବିଳମ୍ବିତ ରାତିରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଧର୍ମଶାଳା ଥାନା ପୁଲିସ ୬୨୩/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande