ବିକାନେରରେ ମାଲବାହୀ ଟ୍ରେନର ୩୭ଟି ୱାଗନ ଲାଇନଚ୍ୟୁତ : ମୃତାହତର କୌଣସି ସୂଚନା ନାହିଁ
ଜୟପୁର, ୭ ଅକ୍ଟୋବର (ହି.ସ.)- ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ବିକାନେର ଡିଭିଜନର ଗଜନେର-କୋଲାୟତ ଷ୍ଟେସନ ମଧ୍ୟରେ ବିକାନେରରୁ ଜୈସଲମେର ଯାଉଥିବା ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୩୭ଟି ୱାଗନ ଲାଇନଚ୍ୟୁତ ହୋଇଛି । କୌଣସି ମୃତାହତଙ୍କ ରିପୋର୍ଟ ନାହିଁ । ଗଜନେର-କୋଲାୟତ
ବିକାନେରରେ ମାଲବାହୀ ଟ୍ରେନର ୩୭ଟି ୱାଗନ ଲାଇନଚ୍ୟୁତ : ମୃତାହତର କୌଣସି ସୂଚନା ନାହିଁ


ଜୟପୁର, ୭ ଅକ୍ଟୋବର (ହି.ସ.)- ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ବିକାନେର ଡିଭିଜନର ଗଜନେର-କୋଲାୟତ ଷ୍ଟେସନ ମଧ୍ୟରେ ବିକାନେରରୁ ଜୈସଲମେର ଯାଉଥିବା ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୩୭ଟି ୱାଗନ ଲାଇନଚ୍ୟୁତ ହୋଇଛି । କୌଣସି ମୃତାହତଙ୍କ ରିପୋର୍ଟ ନାହିଁ ।

ଗଜନେର-କୋଲାୟତ ଷ୍ଟେସନ ମଧ୍ୟରେ ଥିବା ଇଣ୍ଡୋ କା ବାଲା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ସକାଳ ୭ଟା ସମୟରେ ମାଲବାହୀ ଟ୍ରେନଟି ବିକାନେରରୁ ଜୈସଲମେର ଯାଉଥିବା ବେଳେ ଇଣ୍ଡୋ କା ବାଲା ଗ୍ରାମ ନିକଟରେ ଏହା ଲାଇନଚ୍ୟୁତ ହୋଇଥିଲା । ଦ୍ରୁତ ଗତି ଯୋଗୁଁ କିଛି ୱାଗନ ଟ୍ରାକରୁ ଖସି ପଡ଼ିଥିଲା ।

ଉତର ପଶ୍ଚିମ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଶଶି କିରଣ କହିଛନ୍ତି ଯେ, ରେଳ ପ୍ରଶାସନ ଘଟଣାସ୍ଥଳରେ ପହଂଚିଛି । ୱାଗନଗୁଡ଼ିକୁ ହଟାଇ ଦିଆଯାଇଛି ଏବଂ ରୁଟରେ ଯାତାୟାତ ପୁନର୍ବାର ଆରମ୍ଭ ହୋଇଛି । ସେ କହିଛନ୍ତି ଯେ, ମୋଟ୍ ୩୭ଟି ୱାଗନ ଲାଇନଚ୍ୟୁତ ହୋଇଛି, କିନ୍ତୁ କେହି ମୃତାହତ ହୋଇନାହାଁନ୍ତି । ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁଁ, ମଙ୍ଗଳବାର ଟ୍ରେନ ନମ୍ବର ୧୪୭୦୪ (ଲାଲଗଡ଼-ଜୈସଲମେର) ଏବଂ ଟ୍ରେନ ନମ୍ବର ୧୪୭୦୩ (ଜୈସଲମେର-ଲାଲଗଡ଼) ବାତିଲ୍ ରହିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande