ତେଲେଙ୍ଗାନା ସ୍ଥିତ ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ
ବିଶ୍ୱବିଦ୍ୟାଳୟଗୁଡ଼ିକ ସାମାଜିକ ଆବଶ୍ୟକତା ପୂରଣ କରିବା ଆବଶ୍ୟକ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ବିଶ୍ୱବିଦ୍ୟାଳୟଗୁଡ଼ିକ ସାମାଜିକ ଆବଶ୍ୟକତା ପୂରଣ କରିବା ପାଇଁ ନୂତନତାର କେନ୍ଦ୍ର ହେବା ଉଚିତ୍ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦି
ତେଲେଙ୍ଗାନା ସ୍ଥିତ ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ


ବିଶ୍ୱବିଦ୍ୟାଳୟଗୁଡ଼ିକ ସାମାଜିକ ଆବଶ୍ୟକତା ପୂରଣ କରିବା ଆବଶ୍ୟକ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ବିଶ୍ୱବିଦ୍ୟାଳୟଗୁଡ଼ିକ ସାମାଜିକ ଆବଶ୍ୟକତା ପୂରଣ କରିବା ପାଇଁ ନୂତନତାର କେନ୍ଦ୍ର ହେବା ଉଚିତ୍ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ତେଲେଙ୍ଗାନା ସ୍ଥିତ ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ(ଏସଏସସିଟିୟୁ)ର ଏକ ଲୋଗୋ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି ।

ବିଶ୍ୱବିଦ୍ୟାଳୟର ଲୋଗୋ ଉନ୍ମୋଚନ ପାଇଁ ଅଭିନନ୍ଦନ ଜଣାଯାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଆଦିବାସୀ ଏବଂ ସଂସ୍କୃତ ତତ୍ତ୍ୱଗୁଡ଼ିକୁ ନେଇ ଲୋଗୋଟି ଡିଜାଇନ ହୋଇଛି । ଏହି ଲୋଗୋ ଶିକ୍ଷାନୁଷ୍ଠାନର ଦୁଇଟି ମୁଖ୍ୟ ଭୂମିକାକୁ ଦର୍ଶାଉଛି । ଗୋଟିଏ ହେଉଛି ଆଦିବାସୀ ପରମ୍ପରା ଏବଂ ଜ୍ଞାନର ସୁରକ୍ଷାକାରୀ ଏବଂ ଅନ୍ୟଟି ହେଉଛି ଶିକ୍ଷାଗତ ଉତ୍କର୍ଷର ଏକ ଆଲୋକସ୍ତମ୍ଭ ଭାବରେ କାର୍ଯ୍ୟ କରିବା । ତେଲେଙ୍ଗାନାରେ ଏହି ଶିକ୍ଷାନୁଷ୍ଠାନର ସ୍ଥାପନା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ସମାନତା, ଆଦିବାସୀ ସଶକ୍ତିକରଣ ଏବଂ ତେଲେଙ୍ଗାନାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣର ଏକ ଜ୍ୱଳନ୍ତ ପ୍ରମାଣ । ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟରେ ଏହି ଶିକ୍ଷାନୁଷ୍ଠାନ ବିକଶିତ ହେଉଅଛି ।

ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ବକମ୍‌’ର ଏକ ପ୍ରୟୋଗାତ୍ମକ ରୂପ । ଏହା ବିକଶିତ ଭାରତ ପାଇଁ ମାର୍ଗ ପ୍ରଶସ୍ତ କରୁଛି । ବିଶ୍ୱ କଲ୍ୟାଣ ନିଶ୍ଚିତ କରିବା ପାଇଁ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଜରୁରୀ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଞ୍ଚଳିକ ଓ ମାତୃଭାଷାରେ ପିଲାମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି । ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ବହୁଭାଷୀ ଶିକ୍ଷା ସମେତ ଭାରତୀୟ ସଭ୍ୟତା ଅଧ୍ୟୟନ ପାଇଁ ଏକ ନୂତନ ଦିଗ ଆଣିବ । “ଜ୍ଞାନଂ ପରମଂ ଧ୍ୟେୟମ୍‌” ମୋଟୋ ସହିତ ଏହା ଏକ ପ୍ରୟୋଗାତ୍ମକ, ଗବେଷଣା ଏବଂ ଉଦ୍ଭାବନ-ପ୍ରେରିତ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷାନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande