ଆଡ଼ିଆରେ ମା’ ଜାଗୁଳାଇ ଗଜଲକ୍ଷ୍ମୀ ପୂଜା
ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଆଡ଼ିଆ ଠାରେ ମା ଜାଗୁଳାଇ ଗଜଲକ୍ଷ୍ମୀ ପୂଜା ଚଳିତ ଥର ୯ ବର୍ଷ ରେ ପଦାର୍ପଣ କରିଛି ଓ ଏହି ପୂଜା ଏଠାରେ ୫ ଦିନ ବ୍ୟାପି ପାଳନ କରାଯିବ । ମା'' ଲକ୍ଷ୍ମୀ ଠାକୁରାଣୀଙ୍କ ସହ ପାର୍ଶ୍ୱ ଦେବାଦେବୀ ନିର୍ମାଣ କରାଯାଇଛି । ସୋମବାର ରାତ୍ରରେ ନିକଟସ୍ଥ ପୁଷ୍କରଣୀର
ADIA MAA JAGULAI GAJALAXMI PUJA


ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଆଡ଼ିଆ ଠାରେ ମା ଜାଗୁଳାଇ ଗଜଲକ୍ଷ୍ମୀ ପୂଜା ଚଳିତ ଥର ୯ ବର୍ଷ ରେ ପଦାର୍ପଣ କରିଛି ଓ ଏହି ପୂଜା ଏଠାରେ ୫ ଦିନ ବ୍ୟାପି ପାଳନ କରାଯିବ । ମା' ଲକ୍ଷ୍ମୀ ଠାକୁରାଣୀଙ୍କ ସହ ପାର୍ଶ୍ୱ ଦେବାଦେବୀ ନିର୍ମାଣ କରାଯାଇଛି । ସୋମବାର ରାତ୍ରରେ ନିକଟସ୍ଥ ପୁଷ୍କରଣୀରୁ କଳସ ବଡ଼ା ଯାଇ ଜ୍ୟୋତି ରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ପ୍ରଦୀପ ରାଉତ, ଅନୁଭବ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ଦଲ୍ଲୀପ୍ ପାତ୍ର, କଳସ ଆଣିଥିଲେ । ପଣ୍ଡିତ ନଟବର ପଣ୍ଡା ରିତୀନୀତି ଅନୁଯାୟୀ ମା'ଙ୍କର ପୂଜର୍ଚ୍ଚନା କରିଥିଲେ । ଗଦାଧର ବେହେରା, ଅଭିଲିପ୍ସା ନାୟକ, ଦୀପକ କୁମାର ପଣ୍ଡା, ବାପୁ ସେଠୀ, ସିପୁ ସେଠୀ, ପ୍ରଦୀପ ବେହେରା,ଅଲେଖ ନାୟକ, ରାଜେନ୍ଦ୍ର ଜେନା, ରାଜୁ ସେଠୀ, ଦାମୋଦର ବିନ୍ଧାଣୀ,ସନାକର ବିନ୍ଧାଣୀ, ସାବିତ୍ରୀ ସାହୁ, ସୁବାଷ ପୁରୀ, ମହେଶ୍ୱର ସେଠୀ,ଅଶୋକ ଦାସ, ଉମାକାନ୍ତ ଦାସ, ସଶ୍ମିତା ସେଠୀ, କୈଳାସ ରଥ, ବଳରାମ ବେହେରା,ଆଲୋକ ସେଠୀ, ସାଗର ନାୟକ ପ୍ରମୁଖ ବିଭିନ୍ନ ଦିବସର କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ସମାରୋହ ହେବ ବୋଲି ସମ୍ପାଦକ ଜ୍ୟୋତି ରଞ୍ଜନ ବେହେରା ଜଣାଇଛନ୍ତି । ଏହି ପୂଜା ପାଇଁ ଆଡ଼ିଆ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande