ନଅଗାଁ(ଖ) ପଂଚ ଦିବସୀୟ ରନିଙ୍ଗ ଫୁଟବଲ ଟୁର୍ଣ୍ଣାମେଂଟ – ସୁଜିଆ ଚମ୍ପିୟାନ
ବଲାଙ୍ଗୀର, ୦୮ ଅକ୍ଟୋବର(ହି.ସ.) – ଆଗଲପୁର ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ତଥା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ପଂଚଦିବସୀୟ ରନିଙ୍ଗ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ଓ ତେତେଲଖୁଂଟି ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗ
ନଅଗାଁ(ଖ) ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ଟୁର୍ଣ୍ଣାମେଣ୍ଟ – ସୁଜିଆ ଚମ୍ପିୟାନ


ବଲାଙ୍ଗୀର, ୦୮ ଅକ୍ଟୋବର(ହି.ସ.) – ଆଗଲପୁର ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ତଥା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ପଂଚଦିବସୀୟ ରନିଙ୍ଗ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ଓ ତେତେଲଖୁଂଟି ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ତେତେଲଖୁଂଟିକୁ ହରାଇ ସୁଜିଆ ଏକାଦଶ ଚମ୍ପିୟାନ ହୋଇଥିଲା। ଉଦଯାପନୀ ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଆଗଲପୁର ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନମୋହନ ପଟେଲ, ସମାଜସେବୀ ଲଳିତ ସାହୁ, ଦେବରାଜ ବିଶ୍ୱାଳ, ମୀନକେତନ ମହାଲିଙ୍ଗ ପ୍ରମୁଖ ଯୋଗଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ନଗଦ ଅର୍ଥରାଶି ଓ ଟ୍ରଫି ଦେଇ ସମ୍ୱର୍ଦ୍ଧିତ କରିଥିଲେ। ଏଥିସହିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ସିଦ୍ଧେଶ୍ୱର ଧରୁଆ, ଶ୍ରେଷ୍ଠ ଗୋଲ କିପର ଅଶ୍ୱିନୀ ପଟେଲ ଓ ଶ୍ରେଷ୍ଠ ଆକ୍ରମଣାତ୍ମକ ଖେଳାଳି ଭାବେ ସ୍ୱାଧୀନ ଭୁଏଙ୍କୁ ସମ୍ମାନିତ କରାଯାଇଥିଲା। ମ୍ୟାଚ୍ କମିଶନର ଦିଲୀପ ଧରୁଆଙ୍କ ନେତୃତ୍ୱରେ ସୁରେଶ ନାଏକ, ଜ୍ୟୋତିରଞ୍ଜନ ରାଉତ, କରୁଣାକର ପଧାନ, ବୀରେନ୍ଦ୍ର ଧରୁଆ ପ୍ରମୁଖ ଖେଳ ପରିଚାଳନା କରିଥିଲେ। କରୁଣାକର ବିଶ୍ୱାଳ ଉଦଘୋଷକ ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ, ସ୍ୱେଚ୍ଛାସେବୀ ପ୍ରହଲ୍ଲାଦ ପଧାନ, ଗୋବିନ୍ଦ ବିଶିଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande