୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ପଚରାଉଚରା
ମୁମ୍ବାଇ, ୭ ଅକ୍ଟୋବର (ହି.ସ.)- ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏକ କଥିତ ୬୦ କୋଟି ଟଙ୍କା ଠକେଇ ମାମଲାକୁ ନେଇ ବହୁତ ଦିନ ଧରି ଖବରରେ ଅଛନ୍ତି । ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏହି ମାମଲାରେ ଅଭିନେତ୍ରୀଙ୍କୁ ବ୍ୟାପକ ପଚରାଉଚରା କରିଛି ।

ସୂତ୍ର ଅନୁସାରେ, ଇଓଡବ୍ଲୁ ଦଳ ଗତକାଲି ରାତିରେ ଶିଳ୍ପାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ପ୍ରାୟ ୪ ଘଂଟା ୩୦ ମିନିଟ୍ ଧରି ପଚରାଉଚରା କରିଥିଲା । ତଦନ୍ତକାରୀ ସଂସ୍ଥା ଶିଳ୍ପାଙ୍କୁ ବିଜ୍ଞାପନ କମ୍ପାନୀର ବ୍ୟାଙ୍କ ଆକାଉଂଟ ଏବଂ କାରବାର ସମ୍ପର୍କରେ ସୂଚନା ମାଗିଥିଲା, ଯାହା ମାଧ୍ୟମରେ ଏହି ଆର୍ôଥକ ଠକେଇ କରାଯାଇଥିଲା । ରିପୋର୍ଟ ହୋଇଛି ଯେ, ଅଭିନେତ୍ରୀ ଇଓଡବ୍ଲୁକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ବ୍ୟାଙ୍କ ବିବରଣୀ ଦାଖଲ କରିଛନ୍ତି, ଯାହା ବର୍ତମାନ ତଦନ୍ତାଧୀନ ଅଛି ।

ଇଓଡବ୍ଲୁ ସହିତ ଜଡ଼ିତ ଥିବା ସୂତ୍ର ଅନୁସାରେ, ଶିଳ୍ପା ଏବଂ ରାଜ ଉଭୟ ସେହି କମ୍ପାନୀର ନିର୍ଦ୍ଦେଶକ ଥିଲେ ଯାହା ମାଧ୍ୟମରେ ଏହି ସମ୍ପୂର୍ଣ୍ଣ କାରବାର ହୋଇଥିଲା । ଏଜେନ୍ସୀ ଏହି କମ୍ପାନୀ ସହିତ ଜଡ଼ିତ ଆର୍ôଥକ କାର୍ଯ୍ୟକଳାପ ଏବଂ ନିବେଶ ଚୁକ୍ତିଗୁଡ଼ିକର ଯାଂଚ୍ କରୁଛି । ପୂର୍ବରୁ, ବ୍ୟବସାୟୀ ଦୀପକ କୋଠାରୀ ଏହି ଦମ୍ପତିଙ୍କୁ ଲୋନ- କମ୍‌- ଇନଭେଷ୍ଟ ଡିଲ୍ ନାମରେ ୬୦ କୋଟି ଠକେଇ କରିଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ, ଅଗଷ୍ଟରେ ଜୁହୁ ପୋଲିସ ଷ୍ଟେସନରେ ଏକ ଏତଲା ଦାୟର୍ ହୋଇଥିଲା । ତଦନ୍ତ ଆଗକୁ ବଢ଼ିବା ସହିତ, ଇଓଡବ୍ଲୁ ଏପର୍ଯ୍ୟନ୍ତ ରାଜ କୁନ୍ଦ୍ରା ସମେତ ପାଂଚ ଜଣଙ୍କ ବୟାନ ରେକର୍ଡ କରିଛି । ଏହା ସହିତ, ଅନେକ ଆର୍ôଥକ ଡକ୍ୟୁମେଂଟ ଏବଂ ବ୍ୟାଙ୍କ କାରବାର ଯାଂଚ୍ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande