ନୂଆଦିଲ୍ଲୀ, 7 ଅକ୍ଟୋବର (ହି.ସ.)
- କେନ୍ଦ୍ରୀୟ
କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜମ୍ମୁ-କାଶ୍ମୀରର ବନ୍ୟା
ଏବଂ ଭୂସ୍ଖଳନ ପୀଡ଼ିତ କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର 21ତମ
କିସ୍ତି ଅଗ୍ରିମ ଭାବରେ ଜାରି କରିଛନ୍ତି।
ଏହି ଅବସରରେ ପ୍ରାୟ 8.55
ଲକ୍ଷ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 171 କୋଟି ଟଙ୍କା ହସ୍ତାନ୍ତର କରାଯାଇଛି, ଯେଉଁଥିରେ 85 ହଜାରରୁ ଅଧିକ ମହିଳା କୃଷକ ମଧ୍ୟ ଅନ୍ତର୍ଭୁକ୍ତ
ଅଛନ୍ତି।
ମଙ୍ଗଳବାର ଦିନ କୃଷି
ଭବନରେ ଆୟୋଜିତ ଉତ୍ସବ ଅବସରରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସହିତ
କେନ୍ଦ୍ରୀୟ ମନ୍ତ୍ରୀ ଡ଼. ଜିତେନ୍ଦ୍ର ସିଂହ, କେନ୍ଦ୍ରୀୟ କୃଷି ସଚିବ ଡ଼. ଦେବେଶ ଚତୁର୍ବେଦୀ ଓ ଆଇ.ସି.ଏ.ଆରର
ମହାନିର୍ଦ୍ଦେଶକ ଡ଼. ମାଙ୍ଗୀ ଲାଲ ଜାଟ ଉପସ୍ଥିତ ଥିଲେ।
ଜମ୍ମୁ ଏବଂ କାଶ୍ମୀରର
କୃଷି ମନ୍ତ୍ରୀ ଜାୱେଦ ଅହମଦ ଡାର, ଅଞ୍ଚଳୀୟ ଜନପ୍ରତିନିଧି, ବରିଷ୍ଠ ଅଧିକାରୀ ଓ କୃଷକ ପ୍ରତିନିଧିମାନେ ଭିଡିଓ କନଫରେନ୍ସିଂ
ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା