ନୂଆଦିଲ୍ଲୀ, 7 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି, କାରଣ ସେ ଶାସନ ମୁଖ୍ୟ ଭାବେ ତାଙ୍କର 25ତମ ବର୍ଷରେ ପ୍ରବେଶ କରୁଛନ୍ତି।
ଏହି ଅବସରରେ ସେ ତାଙ୍କର ସାର୍ବଜନୀନ ଜୀବନ ଯାତ୍ରାକୁ ସ୍ମରଣ କରି କହିଛନ୍ତି ଯେ, 7 ଅକ୍ଟୋବର 2001 ରେ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ
ଶପଥ ନେଇଥିଲେ, ସେବେଠାରୁ
ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକମାନଙ୍କ ଜୀବନକୁ ଉତ୍ତମ କରିବା ଏବଂ ରାଷ୍ଟ୍ରର ଉନ୍ନତିରେ
ଅଂଶ ନେବା। ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଆଧିକାରିକ ବିଜ୍ଞପ୍ତି
ମାଧ୍ୟମରେ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଦାୟିତ୍ୱ ଦିଆଯାଇଥିଲା, ସେ ସମୟରେ ଗୁଜରାଟ ଗଭୀର ସମସ୍ୟାର ସମ୍ମୁଖୀନ ହେଉଥିଲା। ସେହି
ବର୍ଷରେ ଏକ ବିନାଶକାରୀ ଭୂକମ୍ପ ଗୁଜରାଟକୁ ପ୍ରଭାବିତ କରିଥିଲା, ତା’ପୂର୍ବରୁ ଏକ ସୁପର ସାଇକ୍ଲୋନ, ଲଗାତାର ଖରା ଓ ରାଜନୈତିକ ଅସ୍ଥିରତା ଲୋକମାନଙ୍କ ଆଶାକୁ ଅନେକ ହ୍ରାସ
କରିଥିଲା।
ସେ କହିଛନ୍ତି ଯେ, ଏହି ସମସ୍ତ ଚ୍ୟାଲେଞ୍ଜଗୁଡ଼ିକ ତାଙ୍କ ମଧ୍ୟରେ ଜନତାଙ୍କ ସେବା କରିବା
ଏବଂ ଗୁଜରାଟକୁ ନୂଆ ଶକ୍ତି ଓ ଆଶା ସହିତ ପୁନଃନିର୍ମାଣ କରିବା ପ୍ରତି ଦୃଢ଼ ସଂକଳ୍ପକୁ ଆଉ ଅଧିକ
ମଜବୁତ କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ଏହି ଅବସରରେ ତାଙ୍କ ମାଆଙ୍କ କଥାକୁ ସ୍ମରଣ କରି କହିଛନ୍ତି,
“ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ପଦର ଶପଥ
ନେଇଥିଲି,
ସେତେବେଳେ ମୋର ମାଆ କହିଥିଲେ — ମୋତେ ତୋ କାମର ବ୍ୟାପକ ଧାରଣା ନାହିଁ, କିନ୍ତୁ ଦୁଇଟି କଥା ମନେ ରଖ — ସର୍ବଦା ଗରିବମାନଙ୍କ ପାଇଁ କାମ କରିବୁ ଓ କେବେ ଲାଂଚ ନେବୁ ନାହିଁ।” ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଲୋକଙ୍କୁ ମଧ୍ୟ ଏହି ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କର
ପ୍ରତ୍ୟେକ ନିଷ୍ପତିର ଉଦ୍ଦେଶ୍ୟ ସର୍ବଦା ସଚ୍ଚୋଟତା ନିୟତି ଓ ସମାଜର ଶେଷ ଲୋକର ସେବା ହେବ।
ମୋଦି କହିଛନ୍ତି ଯେ, ଯେତେବେଳେ ସେ ଗୁଜରାଟର ଦାୟିତ୍ୱ ନେଇଥିଲେ, ସେତେବେଳେ ସାଧାରଣ ଲୋକ, ବିଶେଷକରି କୃଷକମାନେ ବିଦ୍ୟୁତ୍ ଓ ପାଣିର ଭାରି ଅଭାବ ନେଇ ଅଭିଯୋଗ
କରୁଥିଲେ। କୃଷି ଗଭୀର ସଙ୍କଟରେ ଥିଲା, ଶିଳ୍ପ ବନ୍ଦ ପଡ଼ିଯାଇଥିଲା ଏବଂ ଲୋକମାନଙ୍କ ବିଶ୍ୱାସ
ଭାଙ୍ଗିଯାଇଥିଲା। କିନ୍ତୁ, ଜନସହଯୋଗ ଓ ସୁଶାସନର ସିଦ୍ଧାନ୍ତକୁ ଅନୁସରି ଗୁଜରାଟକୁ ସେ ଏକ ଆଦର୍ଶ ରାଜ୍ୟରେ ପରିଣତ
କରିଥିଲେ। ଯେଉଁ ରାଜ୍ୟ କେବେ ଖରା ପୀଡ଼ିତ ଥିଲା, ସେହି ଗୁଜରାଟ ଆଜି କୃଷି, ଶିଳ୍ପ ଓ ଉତ୍ପାଦନରେ ଅଗ୍ରଣୀ ଅବସ୍ଥାରେ ପହଞ୍ଚିଛି।
ଗୁଜରାଟର ସାମାଜିକ ଓ
ଭୌତିକ ଢାଞ୍ଚାକୁ ମଜବୁତ କରାଯାଇଛି ଓ କର୍ଫ୍ୟୁ ଭଳି ଅବସ୍ଥାଗୁଡିକ ବିଗତ ଦିନର କଥା ହୋଇଛି। ସେ
କହିଛନ୍ତି,
“ଗୁଜରାଟର ପୁନଃଗଠନ କେବଳ ଗୋଟିଏ ରାଜ୍ୟର
ସଫଳତା ନୁହେଁ, ବରଂ
ଏହା ହେଉଛି ସେହି ଜନଶକ୍ତିର ଏକ ଉଦାହରଣ ଯାହା ଏକତା ଓ ସମର୍ପଣ ସହିତ ଅସମ୍ଭବକୁ ସମ୍ଭବ
କରିପାରିବ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା