ବଲାଙ୍ଗୀର, ୦୮ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସହର ମନୋହରପୁର ରିଜର୍ଭ ପୋଲିସ ଛକଠାରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ୩୨ବର୍ଷରେ ପଦାର୍ପଣ କରିଛି। ଏଥିନେଇ ରବିବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି କ୍ଷ ସୋମବାର ଯଥାରୀତି ପୂଜା ଆରମ୍ଭ ହୋଇ ଚକ୍ଷୁଦାନ ଓ ଜୀବନ୍ୟାସ ପରେ ଭକ୍ତମାନେ ମା’ଙ୍କ ମୁଖ ଦର୍ଶନ କରିଛନ୍ତି।ପୂଜାରେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ନରେନ୍ଦ୍ର ମିଶ୍ର, କର୍ଭା ଭାବେ ମୁନୁ ମିଶ୍ର ଓ ଧର୍ମପତ୍ନୀ ବୀଣା ମିଶ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରତ୍ୟହ ମା’ଙ୍କ ରୀତିନୀତି ସହ ପୂଜାର୍ଚ୍ଚନା ଚାଲିଛି। ପ୍ରତିଦିନ ସାଂରେ ମା’ଙ୍କଠାରେ ଆଳତୀ ଦିଆଯାଉଛି। ସନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ଥିବା ଦେଖିବାକୁ ମିଳୁଛି। ଆକର୍ଷଣୀୟ ମେଢ଼ ସହିତ ସମଗ୍ର ଅଞ୍ଚଳକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ଦିବସରେ କମିଟି ପକ୍ଷରୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ପୌରଧ୍ୟକା ଲିକା ସାହୁ ମନୋହରପୁର ପୂଜା ମଣ୍ଡପକୁ ଆସି ଦର୍ଶନ କରିଛନ୍ତି। ଆସନ୍ତା ୧୨ ତାରିଖରେ ରବିବାର ପୂର୍ଣ୍ଣାହୁତି ସହ ମା’ଙ୍କ ଭବ୍ୟ ଭସାଣି ହେବ ବୋଲି ମନୋହରପୁର ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ