୫୮ତମ କୁମାର ଉତ୍ସବ ଛାତିଶା ନିଯୋଗ ନାୟକ ଙ୍କ ଦ୍ୱାରା ଉଦଘାଟିତ
ପୁରୀ, ୮ ଅକ୍ଟୋବର (ହି.ସ.) - ଶ୍ରୀକ୍ଷତ୍ରର ପୁରାତନ କୁମାର ଉତ୍ସବ ସମିତି ପକ୍ଷରୁ ୫୮ ତମ କୁମାର ଉତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଂଚ ଠାରେ ବୁଧବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ଉତ୍ସବକୁ ଶ୍ରୀମନ୍ଦିର ଛତିଶାନିଯୋଗର ମହାନାୟକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଜନାର୍ଦ୍ଦନ ପାଟ୍ଟଯୋ
୫୮ତମ କୁମାର ଉତ୍ସବ ଛାତିଶା ନିଯୋଗ ନାୟକ ଙ୍କ ଦ୍ୱାରା ଉଦଘାଟିତ


ପୁରୀ, ୮ ଅକ୍ଟୋବର (ହି.ସ.) - ଶ୍ରୀକ୍ଷତ୍ରର ପୁରାତନ କୁମାର ଉତ୍ସବ ସମିତି ପକ୍ଷରୁ ୫୮ ତମ କୁମାର ଉତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଂଚ ଠାରେ ବୁଧବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ଉତ୍ସବକୁ ଶ୍ରୀମନ୍ଦିର ଛତିଶାନିଯୋଗର ମହାନାୟକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଜନାର୍ଦ୍ଦନ ପାଟ୍ଟଯୋଶୀଙ୍କ ମହାପାତ୍ର ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ସୁପ୍ରିମ କୋର୍ଟ ଆଇନଜୀବୀ ବିରଜା ମହାପାତ୍ର, ସରସ୍ୱତୀ ପାତ୍ର,ମନୋଜ ରଥ, ଅମରେନ୍ଦ୍ର ପାଇକରାୟ,ବିଦୁଲତା ଆଚାର୍ଯ୍ୟ, ଚକ୍ରଧର ମହାପାତ୍ର, ଶ୍ରୀକାନ୍ତ ମହାନ୍ତି,ସୁକାନ୍ତ ପଣ୍ଡା, ସମ୍ପାଦଜ ସ୍ୱାଧୀନ ପଣ୍ଡା, ଶ୍ୟାମ ପ୍ରକାଶ ସେନାପତି ଓ ଭରତ ନାୟକ ପ୍ରମୁଖ ମଂଚାସିନ ହୋଇ ଉତ୍କଳ ର ପରମ୍ପରା ବିଷୟରେ କହିଥିଲେ । ଓଡ଼ିଶାର କଳା ସଂସ୍କୃତି ଐତିହ୍ୟ ଓ ପାରମ୍ପରିକ ନୃତ୍ୟ ପରିବେଷଣ ଏହି ଅନୁଷ୍ଠାନ କରୁଥିବାରୁ ଭୂୟଂଶୀ ପ୍ରଶଂସା କରିଥିଲେ। ଶ୍ରୀକ୍ଷେତ୍ର କୁମାରୀ ଭାବେ. ଡି ଏ ଭି ପବ୍ଲିକ ସ୍କୁଲର ଛାତ୍ରୀ ଅରୋଶିଖା ରଥ ଓ ଶ୍ରୀକ୍ଷେତ୍ର କୁମାର ଭାବେ ସେଂଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ଲଗ୍ନଲୋକିତ ତ୍ରିପାଠୀଙ୍କୁ ସାନମାନିତ କରାଯାଇଥିଲା । ଶ୍ରୀକ୍ଷେତ୍ର ଗୃହିଣୀ ଭାବେ ରଚନା ଦାଶ ଙ୍କୁ ପ୍ରଦାନ କରାଯାଇଥିଲା । ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ସଭାପତି ବିଭୁପ୍ରସାଦ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର ମଂଚାସିନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବରଦ ମହାବୀର ମେଢ ନୃତ୍ୟ ଗୃପ ଦ୍ୱାରା ମେଢ ନୃତ୍ୟ ପରିବେଷଣ କରାଯାଇଥିଲା । ପୁରୀର ଅନନ୍ୟା କଳାମନ୍ଦିର ମହାରୀ ନୃତ୍ୟ ପରିବେଷଣ କରିଥିଲେ । ପରେ ବଲାଙ୍ଗୀର ଲୋଇସିଙ୍ଗାର ସଙ୍ଗୀତ ସାଧନା ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ହୋଇଥିଲା । ପୁରୀର ରୂପା ଆଣ୍ଡ ଗ୍ରୁପ ପକ୍ଷରୁ ସଙ୍ଗୀତ ରୂପକ କୁଆଁର ପୁନେଇ ଜହ୍ନ ଓ ନୃତ୍ୟ ବିଚିତ୍ରା ବେଶ ମନଛୁଆଁ ହୋଇଥିଲା । ପୁରୀ ୟୁନିକ ଷ୍ଟାଇଲ ମାଲଖମ୍ବ ଗ୍ରୁପ ପକ୍ଷରୁ ଚିତାକର୍ଷକ ମାଲଖମ୍ବ କ୍ରୀଡା ପ୍ରଦଶିର୍ତ କରିଥିଲେ । ବାଳଗୋପାଳ ଅଷ୍ଟକମ ଓଡ଼ିଶୀନୃତ୍ୟ ଓ ମହୁଆ ପାଣିଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ, ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ କରାଯାଇଥିଲା । ଶୁକ୍ରବାର ସଂଧ୍ୟାରେ ଇରା ମହାନ୍ତିଙ୍କ କଣ୍ଠସ୍ୱର ଯାଦୁରେ ଝୁମିବେ ଦର୍ଶକ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande