ମାଲକାନଗିରି, ୮ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲା କାଳିମେଳା ବନାଞ୍ଚଳ ସଭାଗୃହ ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ଗତକାଲି ପାଳିତ ହୋଇଯାଇଛି। ଏହି ଅବସର ରେ ବନ୍ୟଜନ୍ତ ତଥା କଇଁଛ ଓ ସାପ ଭଳି ପ୍ରାଣୀଙ୍କ ସୁରକ୍ଷା ବିଷୟରେ ଆଲୋଚନା ହେବା ସହ ସହ ସେମାନଙ୍କ ସୁରକ୍ଷା ଓ ଅବାଧ ଶିକାରକୁ ନେଇ ଆଲଚନା ହୋଇଥିଲା । ବଣ ନିକଟରେ ରହୁଥି ବା ଗ୍ରାମ ଗୁଡିକରେ ବର୍ଷା ସମୟରେ ବିଭିନ୍ନ ସରୀସୃପ ଦେଖା ଦେବା ସହ ଆକ୍ରମଣ କରୁଥିବା ନଜିର ରହିଛି। ବିଶେଷ କରି ଭାରତରେ ୨୭୬ ପ୍ରକାରର ସାପ ଦେଖାଯାଉଥି ବା ବେଳେ ଓଡ଼ିଶାରେ ମାତ୍ର ୮୦ପ୍ରକାର ରହିଛନ୍ତି! ମାଲକାନ ଗିରି ଜିଲ୍ଲାର ପଡିଆ ଓ କାଲି ମେଳା ଅଞ୍ଚଳରେ ସର୍ପଘାତ ଅଧିକା ରହିଛି! ଏହି ଅଞ୍ଚଳରେ ବ୍ୟାପକ ସଚତନତାର ଆବଶ୍ୟକ ଏହାର ପ୍ରତିକାର ବାବଦରେ ଆଲୋଚନା କରାଯାଇଥିଲା I ପାରମ୍ପରିକ ଚିକିତ୍ସା ଯଥା ଚେରମୂଳି ପ୍ରୟୋଗ, ବିଷକୁ ମୁହଁ ଲଗାଇ ବାହାର ବାହାର କରିବା, ଗୁଣିଗାରେଡିର ପ୍ରୟୋଗ କରିବା, ପ୍ରଭାବିତ ସ୍ଥାନକୁ କୌଣସି ଧାରୁଆ ଅସ୍ତ୍ରରେ କାଟିବା ଭଳି କାର୍ଯ୍ୟ ନକରିବାକୁ ପରାମର୍ଶ ଦିଆଯାଇଥିଲା। ସେହିଭଳି କଇଁଛକୁ ସାଧାରଣ ଲୋକେ ଖାଦ୍ୟ ଭାବେ ଗ୍ରହଣ କରିଥିବାରୁ ଏ ବାବଦରେ ସଚେତନାର ଆବଶ୍ୟକ ରହିଛି ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ ।
କାଲିମେଳା ରେଞ୍ଜର ବିଜୟ କୁମାର ନାୟକ ଙ୍କ ସଭାପତି ତ୍ବ ଅନୁଷ୍ଠିତ ସଭାରେ ଏସିଏଫ୍ ମନସୁନ ଖେମୁଣ୍ଡୁ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସର୍ପ ବିଶେଷଜ୍ଞ ଆକାଶ ପ୍ରଧାନ ଓ ଆୟୁସି ବନ୍ଦୋପାଧ୍ୟୟ ନିଜର ବାକ୍ତବ୍ୟ ରଖିଥିଲେ | ଏହି କାର୍ଯ୍ୟକ୍ରମକୁ ବନପାଳ ମୃତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିବା ବେଳେ କାଳିମେଳା ରେଞ୍ଜର ର ସମସ୍ତ କର୍ମଚାରୀ, ସୃଷ୍ଟି ଏନଜିଓ ର କର୍ମୀ ଶ୍ରୀନିବାସ ପାତ୍ର, ରବି କୁମାରଙ୍କ ସମେତ ବିଭିନ୍ନ ସ୍କୁଲର ଛାତ୍ର, ଛାତ୍ରୀ, ବନ ସୁରକ୍ଷା ସମିତିର ସଦସ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପରସ୍କାର ପ୍ରଦାନ କରାଯାଇଥିଲା
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ