ବ୍ରହ୍ମପୁର ସହର ଜଣାଶୁଣା ଆଇନଜୀବୀ ଗୁଳିକାଣ୍ଡ ଘଟଣାରେ ଖୋର୍ଦ୍ଧା ବାର ର କଲମ ଛାଡ ଆନ୍ଦୋଳନ
ଖୋର୍ଦ୍ଧା, ୮ ଅକ୍ଟୋବର (ହି.ସ.) - ବ୍ରହ୍ମପୁର ସହର ଜଣାଶୁଣା ଆଇନଜୀବୀ, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ ଘଟଣାରେ ରାଜ୍ୟ ଆଇନଜୀବୀ ପରିଷଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପରିଷଦ ନିଷ୍ପତି କ୍ରମେ ବୁଧବାର ରାଜ୍ୟ ବ୍ୟାପୀ ଆଇନଜୀବୀମାନେ କଲମଛାଡ଼ ଆନ୍
କଲମ


ଖୋର୍ଦ୍ଧା, ୮ ଅକ୍ଟୋବର (ହି.ସ.) - ବ୍ରହ୍ମପୁର ସହର ଜଣାଶୁଣା ଆଇନଜୀବୀ, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ ଘଟଣାରେ ରାଜ୍ୟ ଆଇନଜୀବୀ ପରିଷଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପରିଷଦ ନିଷ୍ପତି କ୍ରମେ ବୁଧବାର ରାଜ୍ୟ ବ୍ୟାପୀ ଆଇନଜୀବୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ଏହାର ପ୍ରତିବାଦରେ ଖୋର୍ଦ୍ଧା ଜିଲା ଓକିଲ ସଂଘ କଲମଛାଡ ଆନ୍ଦୋଳନ କରିଛନ୍ତି। ବୁଧବାର ସଂଘ ପକ୍ଷରୁ ଖୋର୍ଦ୍ଧା ବାର ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୀତବାସ ଗୁଳିକାଣ୍ଡ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପରିବାର ପ୍ରତି ସମବେଦନା ଜଣାଇଥିଲେ। ତେବେ ପୀତବାସଙ୍କୁ ଗୁଳିକାଣ୍ଡ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ଗୁଳିକାଣ୍ଡ ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ସହ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ, ଆଇନଜୀବୀ ମାନଙ୍କ ସୁରକ୍ଷା ଦାବି , ଓକିଲ ସଂଘ ଆଡ୍‌?ଭୋକେଟ ପ୍ରୋଟକସନ ଆକ୍ଟ ଆଦି କାର୍ଯ୍ୟକାରୀ କରାଯାଉ।ଏହି କଲମଛାଡ ଆନ୍ଦୋଳନରେ ଖୋର୍ଦ୍ଧା ଜିଲା ଓକିଲ ସଂଘ ସଭାପତି ଜୀବନଜ୍ୟୋତି ମିଶ୍ର, ରଜନୀକାନ୍ତ ପଟ୍ଟନାୟକ,ସମ୍ପାଦକ କ୍ଷୀରୋଦ ମୋହନ ସ୍ୱାଇଁ, ପୂର୍ବତନ ସଭାପତି ଶିଶିର ପରିଡ଼ା, ଅଜିତ ପଟ୍ଟନାୟକ, ବିଜୟ ସାମନ୍ତସିଂହାର, ସର୍ବେଶ୍ୱର ସାହୁ, ନୃସିଂହ ଚରଣ ମିଶ୍ର, ପୂର୍ବତନ ସଭାପତି ଶିଶିର ପରିଡ଼ାଙ୍କ ସମେତ ବାରର ସମସ୍ତ ଆଇନଜୀବୀ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande