ପାଟଣା ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ତରଫରୁ ବାୟୁ ସେନା ଦିବସ ପାଳନ
କେନ୍ଦୁଝର, ୮ ଅକ୍ଟୋବର (ହି.ସ.) - ବାୟୁ ସେନା ଦିବସ ଅବସରରେ ପାଟଣା ମୁଖ୍ୟାଲୟ ରେ ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ( ଭେଟେରାନସ୍ ୱେଲ୍ୱେୟାର ଆସୋସିଏସନ)ପାଟ ପାଟଣା - ସାହାରପଡ଼ା ର ସଦସ୍ୟ ମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ମାନେ ଉତ୍ସାହ ର ସହିତ
ପାଟଣା ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ତରଫରୁ ବାୟୁ ସେନା ଦିବସ ପାଳନ


କେନ୍ଦୁଝର, ୮ ଅକ୍ଟୋବର (ହି.ସ.) - ବାୟୁ ସେନା ଦିବସ ଅବସରରେ ପାଟଣା ମୁଖ୍ୟାଲୟ ରେ ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ( ଭେଟେରାନସ୍ ୱେଲ୍ୱେୟାର ଆସୋସିଏସନ)ପାଟ ପାଟଣା - ସାହାରପଡ଼ା ର ସଦସ୍ୟ ମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ମାନେ ଉତ୍ସାହ ର ସହିତ ଭାଗ ନେଇ ଥିଲେ। ମୂଖ୍ୟ ଅତିଥ୍ ଭାବରେ ରାଜନଗର ନିବାସୀ ଜୁନିଅର ୱାରେଣ୍ଟ ଅଫିସର ଶରତ ଜ୍ୟୋତି କୁମାର କର, ମୂଖ୍ୟ ବକ୍ତା ଭାବେ ଜୁନିଅର ୱାରେଣ୍ଟ ଅଫିସର ଭଗବାନ ମହାନ୍ତି, ଅଧକ୍ଷ୍ୟ ଭାବରେ ଭାବରେ କ୍ୟାପଟେନ ଉପେନ୍ଦ୍ର ମହାନ୍ତି, ପରିଚାଳକ ଭାବରେ ସେକ୍ରେଟାରୀ ସୁବେଦାର ନାରାୟଣ ବାରିକ୍ ତଥା ଅନ୍ୟାନ୍ୟ ନ୍ୟ ସଦସ୍ୟ ଗଣ ପ୍ରମୂଖ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ମୂଖ୍ୟ ଅତିଥ୍‌ଙ୍କୁ ପୁଷ୍ପ ଗୁଛ ଦେଇ ସଭାକୁ ସ୍ୱାଗତ କରାଯାଇଥିଲା।

ତାପରେ ବାୟୁସେନାର ସହିଦ୍ ବୀର ମାନଙ୍କ ଉଦ୍ଧେଶ୍ୟ ରେ ଦୀପଜାଳି, ପୁଷ୍ପାଞ୍ଜଳି ଦେଇ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସେକ୍ରେଟାରି ଙ୍କ ଦ୍ୱାରା କାର୍ଯ୍ୟକ୍ରମର ସମ୍ୟକ୍ ସୂଚନା ଉପରାନ୍ନେ ଅଧ୍ୟକ୍ଷ ନିଜର ବକ୍ତବ୍ୟ ରଖୁଥିଲେ ଓ ଆସୋସିଏସନ ପରିଚାଲନା ପାଇଁ ଆବଶ୍ୟକ କେତେ ଗୁଡ଼ିଏ ଆ ଆନ୍ତରିକ ବିଷୟ ଆଲୋଚନା କରିଥିଲେ। ମୂଖ୍ୟ ଅତିଥ୍ ବାୟୁ ସେନା ଦିବସ ଓ ବାୟୁସେନାର ଇତିହାସକୁ ସମସ୍ତଙ୍କ ଆଗରେ ରଖୁଥିଲେ। ସୀମିତ ସାଧନାରେ ସେ କିପରି ବାୟୁ ସେନା ରେ ସେ ସମୟରେ କାମ କରି ଥୂଲେ, ଜଇଡ ସହିତ ମଧ୍ୟ କାମ କରିବାର ସୁଜଗ କେମିତି ପାଇଥିଲେ ସେ ସବୁ ସମସ୍ତ ସଦସ୍ୟଙ୍କ ଆଗରେ ମନେ ପକାଇ ଥିଲେ। ମୁଖ୍ୟ ବକ୍ତା ବାୟୁ ସେନା ର ଆଧୁନିକତା ବିଷୟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଅନୁ ରେ ଜଳପାନ ପରେ ସଭା ଭଙ୍ଗ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande