ଆଶ୍ବିନ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ବଲାଙ୍ଗୀର ସହରର ସର୍ବପୁରାତନ ୫୩ ତମ ମାଁ ଗଜଲକ୍ଷ୍ମୀଙ୍କ ପୂଜା ନାଲଖଣ୍ଡି ପଡା ଠାରେ ଧୁମଧାମରେ ପାଳିତ
ବଲାଙ୍ଗିର, 8 ଅକ୍ଟୋବର (ହି.ସ.) ବଲାଙ୍ଗୀର ସହରର ସର୍ବପୁରାତନ ମାଁ ଗଜଲକ୍ଷ୍ମୀ ପୂଜା ମଧ୍ଯରେ ନାଲଖଣ୍ଡି ପୂଜା ଅନ୍ୟତମ। ପ୍ରଥମେ ପଡାର କେତେକ ଉଦ୍ୟୋକ୍ତା ପୂଜା ଆରମ୍ଭ କରି ପରବର୍ତ୍ତି ସମୟରେ କ୍ଲବ ଘର ନିର୍ମାଣ କରି ଦୀର୍ଘ ବର୍ଷ ଐତିହ ରୁଗୁଡି ମୁଣ୍ଡାର ମଧ୍ଯ ଭାଗରେ ପାଣିଭିତରେ ଅତି ଆକର୍ଷଣୀୟ ଭା
ଅଶ୍ବିନ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ବଲାଙ୍ଗୀର ସହରର ସର୍ବପୁରାତନ ୫୩ ତମ ମାଁ ଗଜଲକ୍ଷ୍ମୀଙ୍କ ପୂଜା ନାଲଖଣ୍ଡି ପଡା ଠାରେ ଧୁମଧାମ ରେ ପାଳିତ


ବଲାଙ୍ଗିର, 8 ଅକ୍ଟୋବର (ହି.ସ.)

ବଲାଙ୍ଗୀର ସହରର ସର୍ବପୁରାତନ ମାଁ ଗଜଲକ୍ଷ୍ମୀ ପୂଜା ମଧ୍ଯରେ ନାଲଖଣ୍ଡି ପୂଜା ଅନ୍ୟତମ। ପ୍ରଥମେ ପଡାର କେତେକ ଉଦ୍ୟୋକ୍ତା ପୂଜା ଆରମ୍ଭ କରି ପରବର୍ତ୍ତି ସମୟରେ କ୍ଲବ ଘର ନିର୍ମାଣ କରି ଦୀର୍ଘ ବର୍ଷ ଐତିହ ରୁଗୁଡି ମୁଣ୍ଡାର ମଧ୍ଯ ଭାଗରେ ପାଣିଭିତରେ ଅତି ଆକର୍ଷଣୀୟ ଭାବରେ ମାଁ ଲକ୍ଷ୍ମୀ ପୂଜା କଲେ। ଦୀର୍ଘ କିଛି ବର୍ଷ ପରେ ବର୍ତ୍ତମାନ ର ଯୁବପିଢିଙ୍କ ଉଦ୍ୟମ ରେ ମାଁ ଗଜଲକ୍ଷ୍ମୀ ଚେରେଟେବୁଲ ଟ୍ରଷ୍ଟ ନିର୍ମାଣ କରି ଏବେ ଆହୁରୀ ଆକର୍ଷଣୀୟ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଗୁଡିକ ହାତକୁ ନେଇ ଦୀର୍ଘ ଏକ ସପ୍ତାହ ଥରି ପୂଜା ଅର୍ଚ୍ଚନା କରୁଥିବାର ରହିଛି ବୋଲି ଜଣାଯାଏ। ଆଜି ଦିନ ବେଳାରେ ପଡାର ମାଁ ଓ ଭଉଣୀମାନଙ୍କ ଉଦ୍ୟମ ରେ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମ ରେ ମହାରାଣି ସାଗରରୁ 'କଳସ 'ରେ ପାଣି ଆଣି ମାଁ ଗଜଲକ୍ଷ୍ମୀଙ୍କ ପାଦତଳେ ଢାଲି ପୂଜା ଆରମ୍ଭ ହୋଇଛି। ପଡାର ସମସ୍ତ ମାଁ,ଭଉଣୀ ତଥା ଯୁବପିଢିଙ୍କ ନେତୃତ୍ବ ରେ ଏକ ସୁନ୍ଦର ଗଜଲକ୍ଷ୍ମୀଙ୍କ ପୂଜା ହେଉଥିବାରୁ ସମସ୍ତ ବର୍ଗଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତାଙ୍କ ଉଦ୍ୟମ ପ୍ରଶଂସନୀୟ ଅଟେ। ଆଗାମୀ କାଲି ଏହି ଟ୍ରଷ୍ଟ ଏକ ବଡ କୋଠା ନିର୍ମାଣ କରି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଟ୍ରଷ୍ଟ ସଭାପତି ଲଲିତ ପଣ୍ଡାଙ୍କ ଠାରୁ ପ୍ରକାଶ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande