ବଲାଙ୍ଗୀର, ୦୮ ଅକ୍ଟୋବର(ହି.ସ.) – ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଟଗାଁ ସ୍ଥିତ ସହିଦ ଧର୍ମସିଂ ମାଝୀ ମାନ୍ଧାତା ଙ୍କ ସ୍ମୃତି ପିଠ ଠୋ ପ୍ରସିଦ୍ଧ ପୁଡାପାଟ ଯାତ୍ର ଅନୁଷ୍ଠିତ ହୋଇଯାଇଛି। ତା.୨୯.୦୯.୨୫ରେ ନିସିଯାତ୍ର, ତା.୩୦.୦୯.୨୫ରେ ଛତର ଯାତ୍ର ହେବାପରେ ତା.୦୧.୧୦.୨୫ ରୁ ତା.୭.୧୦.୧୫(ମଙ୍ଗଳବାର) ପର୍ଯ୍ୟନ୍ତ ପୁଡାପାଟ ପୂଜା ପ୍ରତ୍ୟହ ଚାଲିଥିଲା ଏବଂ ତା.୦୭.୧୦.୨୫ ରେ ଉଦଯାପନି ହେଲା। ପୂଜା ପରିଚାଳନା କରିଥିଲେ ଉତ୍କଳ କନ୍ଧ ସମାଜ ମାଝି ପ୍ରଗଣା। ସଭାପତି ଆର୍କିନ୍ଦ୍ରି ମାଝୀ, ସହଯୋଗୀ ଆଦିବାସୀ ଅଧିକାର ମହାସଂଘର ସଭାପତି ମୟ ପ୍ରଧାନ ଏହି କାର୍ଯ୍ୟକ୍ରମ କରିଥିଲେ। ମୁଖ୍ୟକର୍ତା ଚମାର ସିଂ ଭୋଇ ଏବଂ ତାଙ୍କର ପତ୍ନୀ ସବିତା ଭୋଇ ରହିଥିଲେ। ମୁଖ୍ୟ ପୂଜକ ସୋମନାଥ ଦେହେରିଆ, ଛତ୍ରିଆ କଳାକାହ୍ନୁ ମାଝି, ବରିହା ଗଣ୍ଡ, ଧରୁଆ ଜଗଦିଶ କୁଅଁର, ଅନନ୍ତା ହେହେରିଆ, ଶୁଶାନ୍ତ ମଲ୍ଲିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କାଲସାଏ, ହରେକୃଷ୍ଣ ନାଗ, ସୁକେଶ କୁଅଁର, ଆକୁଳ ମଲ୍ଲିକ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ