ଘାଟଗାଁ: ଅକ୍ଟୋବର ୮ ( ହିଁ ସ)
ବିଶ୍ବହିନ୍ଦୁ ପରିଷଦ ଆନନ୍ଦପୁର ଜିଲ୍ଲା ଆନୁକୂଲ୍ୟରେ ଆନନ୍ଦପୁର ବ୍ଲକ ଅନ୍ତର୍ଗତ
ବିରିଡିହା ଲକ୍ଷ୍ମୀମଣ୍ଡପ ରେ ଧର୍ମସଭା
ଅନୁଷ୍ଠିତ ହୋଇଯାଇଛି। ବିଶ୍ବହିନ୍ଦୁ ପରିଷଦ ର ସଭାପତି ଦୟାନିଧି ଦାଶ।ଆନନ୍ଦପୁର ଜିଲ୍ଲା ଦୂର୍ଗା ବାହିନୀର ସଭାପତି ସବିତାରାଣୀ ମିଶ୍ର ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତୀୟ କାର୍ଯ୍ଯ କାରିଣୀ ସଦସ୍ୟ ଗଣେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ବିଶ୍ବହିନ୍ଦୁ ପରିଷଦର ଗଠନ ଲକ୍ଷ୍ୟ ଓ ଉର୍ଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଏ ଥିରେ
ଆନନ୍ଦପୁର ଜିଲ୍ଲା ଦୂର୍ଗା ବାହିନୀର ସଭାପତି ସବିତାରାଣୀ ମିଶ୍ର ବିଶ୍ବହିନ୍ଦୁ ପରିଷଦରେ ନାରୀ ମାନଙ୍କ ଭୂମିକା
ଦୁର୍ଗା ବାହିନୀର କାର୍ଯ୍ୟଧାରା ଓ ସଂସ୍କାର ଓ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ।
ନାରୀ ମାନେ ନିଜେ ନିଜକୁ ସୁରକ୍ଷିତ ରଖିବା ସହିତ ଜୀବନଶୈଳୀରେ ଶୃଙ୍ଖଳା, ସଚେତନତା ଓ ସୁରକ୍ଷା କୌଶଳ ଶିକ୍ଷାର ଆବଶ୍ୟକତା ରହିଥିବା ଆଲୋଚନା ହୋଇଥିଲା। ଉକ୍ତ ସଭାରେ ବିରିଡିହା ଲକ୍ଷ୍ମୀ ପୂଜା କମିଟିର ବଳରାମ ମୁଦୁଲି ଭାବଗ୍ରାହୀ ସାହୁ ମଣିଭଦ୍ର ସାହୁ ଉଦୟନାଥ ସାହୁ ବିଷ୍ଣୁ ଚରଣ ସାହୁ ବୈଷ୍ଣବ ସାହୁ
ଚତୁର୍ତୁଜା ସାହୁ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ରେ ନଅଜଣ କନ୍ୟା ଙ୍କୁ ଦୁର୍ଗାବେଶରେ ସଜ୍ଜିତ କରି ପୂଜାର୍ଚ୍ଚନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ