୪୯ ବର୍ଷରେ ପହଚିଂଲା ବନ୍ତର ଗଜଲକ୍ଷ୍ମୀ ପୂଜା, ଥାନା ଓ କେନ୍ଦୁଆପଦା ଛକରେ ଜମୁଛି ମେଳା
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ଅଚଂଳ ଏବେ ଉତ୍ସବ ମୁଖର ହୋଇଛି । ଦୀର୍ଘ ୪୯ ବର୍ଷ ଧରି ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକର ୨ ଗୋଟି ସ୍ଥାନରେ ପାଳିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ମହାସମାରୋହରେ କରାଯିବା ନେଇ ପୂଜ
BONTH GAJA LAXMI PUJA TORANA PHOTO


ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ଅଚଂଳ ଏବେ ଉତ୍ସବ ମୁଖର ହୋଇଛି । ଦୀର୍ଘ ୪୯ ବର୍ଷ ଧରି ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକର ୨ ଗୋଟି ସ୍ଥାନରେ ପାଳିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ମହାସମାରୋହରେ କରାଯିବା ନେଇ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୋମବାର କୁମାର ପୂର୍ଣ୍ଣିମା ରାତିରୁ ଉଭୟ ମଣ୍ଡପରେ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା ଆରମ୍ଭ ହୋଇଛି । ଥାନା ଛକ ପୂଜା ମଣ୍ଡପରେ ଶ୍ୟାମସୁନ୍ଦର ପଣ୍ଡା,କୃଷ୍ଣଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି ପୂଜା ଦାୟିତ୍ୱ ସମ୍ପାଦନ କରିଛନ୍ତି । କମିଟିର ସଭାପତି ରାମ ଚନ୍ଦ୍ର ପଣ୍ଡା, ଉପ-ସଭାପତି ସୌକତ୍ ଅଲ୍ଲୀ, ସମ୍ପାଦକ ନୃସିଂହ ଚରଣ ପରିଡା, ଉପଦେଷ୍ଟା ପଚାଂନନ ନାୟକ,ଜଳଧର ପଣ୍ଡା, କୋଷାଧ୍ୟକ୍ଷ ବିଜୟ ସାହୁଙ୍କ ସମେତ ଅନ୍ୟ ମାନେ ସମସ୍ତ ଦାୟିତ୍ୱ ତୁଲାଇଛନ୍ତି । ସେହିପରି କେନ୍ଦୁଆପଦା ଛକ ପୂଜା ମଣ୍ଡପରେ କାହ୍ନୁ ଚରଣ ରାମ କଳସ ଆଣିଥିବା ବେଳେ ପୂଜକ ଭାବେ ଭଗବାନ ପତି, ରାଷ୍ଟ୍ରପତି ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ବିଜୟ କୁମାର ନାୟକ, ସମ୍ପାଦକ ସେକ୍ କଦମ୍‌, ଉପଦେଷ୍ଟା ଅଖିଳ ସାହୁ,କାହ୍ନୁ ଚରଣ ବାରିକ୍‌, ରଘୁନାଥ ରଣା, ମୋହନ ଚରଣ ସାହୁଙ୍କ ସମେତ କମିଟିର ସଦସ୍ୟ ମାନେ ସହାୟତା କରୁଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କଲା ଭଳି ପୂଜା ମଣ୍ଡପରେ ବାରୁଆଳୀ ମୂର୍ତି ତିଆରି କରାଯିବା ସହ ସୁଦୀର୍ଘ ତୋରଣ ମାନ ନିର୍ମାଣ କରାଯାଇଛି । ସିନେମା ହଲ ଛକ ଠାରୁ କେନାଲ ଛକ ପର୍ଯର୍୍ୟନ୍ତ ବଜାରର ଉଭୟ ପାଶ୍ୱର୍କୁ ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଏହି ପୂଜା ଦେଖିବା ପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଆଦି ଜିଲାରୁ ଲୋକ ମାନେ ଆସିଥାନ୍ତି । ଅପରାହ୍ନ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଉଭୟ ମଣ୍ଡପରେ ଦର୍ଶକ ମାନଙ୍କ ଭିଡ ଜମୁଥିବା ଦେଖାଯାଉଛି । ଲୋକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ବ୍ୟବସାୟୀ ମାନେ ଦୋଳି, ମୀନାବଜାର, ଚାଟ୍‌, ମନୋହରୀ ଦୋକାନ ଗୁଡିକ ଖୋଲିଥିବାର ଦେଖାଯାଇଛି । ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଭୟ କମିଟିରେ ଭସାଣୀ ଉତ୍ସବ ଆସନ୍ତା ରବିବାର ହେବ ବୋଲି ଜଣାଯାଇଛି । ଏହି ମେଳା ପାଇଁ ଭିଡକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ୭ ଦିନ ବ୍ୟାପି ଦିନ ୨ ଟାରୁ ରାତି ୧୧ ପର୍ଯ୍ୟନ୍ତ ଭାରିଯାନ ଗୁଡିକ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଯାତାୟତ ବନ୍ଦ ରହିବ,ସେହିପରି ଆନନ୍ଦପୁର ପଟୁ ଆସୁଥୁବା ଛୋଟ ଯାନ ଗୁଡିକ ପୋଷ୍ଟ ଅଫିସ୍ ଛକ ଠାରୁ କେନାଲ ଦେଇ ଟିଲୋ ଠାରେ ବାହାରିବେ । ଭଦ୍ରକ ପଟୁ ଆସୁଥିବା ଛୋଟ ଯାନ ଗୁଡିକ ବନ୍ତ କେନାଲ୍ ଛକ ଠାରୁ ଭାୟା ଚଣ୍ଡିପୁର ହୋଇ କଲେଜ ଛକ ଠାରେ ଜାତୀୟ ରାଜ ପଥରେ ଯିବ ବୋଲି ଥାନାଧିକାରିଣୀ ମୋନାଲିସା କର ସୂଚନା ଦେଇଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande