କଟକ / ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - କଟକର ଐତିହାସିକ ବାଲିଯାତ୍ରା ଗ୍ରାଉଣ୍ଡ୍ କୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏ ନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ। ଆସନ୍ତା ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ବାଲିଯାତ୍ରା ଗ୍ରାଉଣ୍ଡର ୫ କିମି ପରିଧି ମଧ୍ୟ ଡ୍ରୋନ୍ ଉଡାଣ ଉପରେ କଟକଣା ଜାରି କରାଯାଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍ସ ଉଡ଼ାଣ ଉପରେ କଟକଣା ଲାଗୁ ହୋଇଛି। ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ, ୟୁଏଭି, ଡ୍ରୋନ୍ ମନା କରାଯାଇଛି। ବାଲିଯାତ୍ରାରେ ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ଯେ ନଭେମ୍ବର ୫ରୁ ୧୨ ଯାଏଁ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା