ବଲାଙ୍ଗୀର, ୦୮ ଅକ୍ଟୋବର(ହି.ସ.) – ବଲାଙ୍ଗିର ସହରର ଏକ ଘରୋଇ ହେଟେଲ ରେ ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ ଏକ ସଭା ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା । ବିଗତ ବର୍ଷର ଆୟ ବ୍ୟୟ ଓ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଜିଲ୍ଲାରେ କଳା ସଂସ୍କୃତି ଉପଭୋଗ କରିବା ପାଇଁ ବିଭନ୍ନ ସାମଗ୍ରୀ ଓ ନୂତନ ସମଗ୍ରୀ ଦର୍ଶକଙ୍କୁ କିଭଳି ଆକର୍ଷିତ କରିବ ତା ବିଷୟରେ ଆଲୋଚନା ହୋଇଥିଲା । ସର୍ବ ସମ୍ମତିକ୍ରମେ ବରୁଣ କୁମାର ହେର୍ଣ୍ଣା ଚେୟାରମେନ ରୂପେ ମନୋନିତ ହୋଇଥିବା ବେଳେ ସଭାପତି ଭାବେ ପ୍ରେମଜିତ କୁମାର, ଉପ-ସଭାପତି ନିରଞ୍ଜନ ବାଗ, ସଂପାଦକ ସୁଦାମ ଦାଶ, ସହ ସଂପାଦକ ଶଶାଙ୍କ ଶେଖର ମେହେର, କୋଷାଧ୍ୟକ୍ଷ ଶୁଶାନ୍ତ କୁମାର ପୁରୋହିତ ମନୋନିତ ହୋଇଥିଲେ ଏବଂ ବଲାଙ୍ଗିର ଜିଲ୍ଲାର ସକ୍ରିୟ ସଭ୍ୟ ଅଶୋକ କୁମାର ସାହୁ, ଶରତ କୁମାର ତ୍ରିପାଠି ଓ ରଂଜିତ ବେହେରା, ନିକଦିମ ଛତ୍ରିଆ ଅଂଶ ଗ୍ରହଣ କରିଥିଲେ । ନଗେନ୍ଦ୍ର କୁମାର ନିହାଲ, ହୃଦା ଗଡତ୍ୟା, ବାପି ପୋଢ଼।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ