ପ୍ରବଳ ବର୍ଷାରେ ବିଏମ୍ ସିର ତ୍ୱରିତ ପଦକ୍ଷେପ
Bhubaneswar, 8 ଅକ୍ଟୋବର (ହି.ସ.) ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ମୂଷଳଧାରାରେ ବର୍ଷା ଓ ବଜ୍ରପାତ ହୋଇଥିଲା । ଫଳରେ କେତେକ ସ୍ଥାନରେ ସାମୟିକ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । କିନ୍ତୁ ଏହାର ମୁକାବିଲା ପାଇଁ ଭୁବନଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ତୁରନ୍ତ ପଦକ୍ଷ
ପ୍ରବଳ ବର୍ଷାରେ ବିଏମ୍ ସିର ତ୍ୱରିତ ପଦକ୍ଷେପ


Bhubaneswar, 8 ଅକ୍ଟୋବର (ହି.ସ.)

ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ମୂଷଳଧାରାରେ ବର୍ଷା ଓ ବଜ୍ରପାତ ହୋଇଥିଲା । ଫଳରେ କେତେକ ସ୍ଥାନରେ ସାମୟିକ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । କିନ୍ତୁ ଏହାର ମୁକାବିଲା ପାଇଁ ଭୁବନଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ନିୟୋଜିତ ରାପିଡ୍ ଆକ୍ସନ ଟିମ୍ (ରାଟ୍) ତ୍ୱରିତ୍ ସଂପୃକ୍ତ ଅଂଚଳକୁ ଯାଇ ଜମି ରହିଥିବା ସାମୟିକ ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲେ । ବିଭିନ୍ନ ସ୍ଥାନରେ ଡ୍ରେନ ସଫା ଓ କେତେକସ୍ଥାନରୁ ପଙ୍କୋଦ୍ଧାର କରି ଜଳ ନିଷ୍କାସନ କରିଥିଲେ । ଅନ୍ୟ କେତେକ ସ୍ଥାନରେ ପାଣି ପମ୍ପ ଲଗାଇ ମଧ୍ୟ ଜଳ ନିଷ୍କାସନ କରାଯାଇଥିଲା ।

ହଠାତ୍ ବାଦଲଫଟା ବର୍ଷା ହେବା ଯୋଗୁଁ ଏପରି ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । ତାହାକୁ ନିଷ୍କାସନ କରିବା କାର୍ଯ୍ୟରେ ଅଗ୍ନିଶମ ବିଭାଗର 5ଟି ପାଣି ପମ୍ପର ଉପଯୋଗ କରାଯାଇଥିଲା । 43 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ପାନବରଜ ବସ୍ତିରେ ଗୋଟିଏ, 38 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ଦମୟନ୍ତୀ ଆପାର୍ଟମେଣ୍ଟରେ ଗୋଟିଏ, ଡ୍ରେନ ନଂ-5 ଓ 6 ଉପରେ ଥିବା ସାଇଫନ ନିକଟରେ ଗୋଟିଏ ଲେଖାଏଁ, 31 ନମ୍ବର ଓ୍ୱାର୍ଡ ଅନ୍ତର୍ଗତ କଟକ ରୋଡ ବମିଖାଲ ନିକଟରେ ଗୋଟିଏ ପାଣିପମ୍ପ ଲଗାଇ ତୁରନ୍ତ ଜଳ ନିଷ୍କାସନ କରାଯାଇଥିଲା । ଏହା ବ୍ୟତୀତ ରାଟ୍ ଟିମ୍ ବିଏମ୍ ସି ଅଂଚଳର ବିଭିନ୍ନ ସାମ୍ଭାବ୍ୟ ଜଳବନ୍ଦୀ ଅଂଚଳ ବୁଲି ଦେଖିବା ସହ ସମ୍ବେଦନଶୀଳ ରସୁଲଗଡ ଓ ଜୟଦେବ ବିହାରଠାରେ ଦୁଇଟି ଟିମ୍ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଥିଲେ ।

ବିଏମ୍ ସିର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ସ୍ଥାନୀୟ ଲୋକେ ସନ୍ତୋଷ ପ୍ରକାଶ କରିବା ଧନ୍ୟବାଦ ଦେଇଛନ୍ତି । ଅପରପକ୍ଷେ, ଜନ ସାଧାରଣ ଜଳବନ୍ଦୀ ସମସ୍ୟା ନେଇ ଭୟଭିତ ହେବାର କୌଣସି କାରଣ ନାହିଁ ବୋଲି ବିଏମ୍ ସି କର୍ତ୍ତୃପକ୍ଷ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande