ସିବିଆଇ ତଦନ୍ତ କର
Bhubaneswar, 8 ଅକ୍ଟୋବର (ହି.ସ.) ଆଇନ ଶୃଙ୍ଖଳା ରାଜ୍ୟରେ ବିଗିଡ଼ିବା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ସରକାର ଯାହା କହୁଛନ୍ତି ତାହା ଅନ୍ୟ ଦିଗ ରେ ଦେଖିଲେ ପ୍ରତିଫଳିତ ହୋଇନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି କୁ
ସିବିଆଇ ତଦନ୍ତ କର


Bhubaneswar, 8 ଅକ୍ଟୋବର (ହି.ସ.)

ଆଇନ ଶୃଙ୍ଖଳା ରାଜ୍ୟରେ ବିଗିଡ଼ିବା

ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ସରକାର ଯାହା କହୁଛନ୍ତି ତାହା ଅନ୍ୟ ଦିଗ ରେ ଦେଖିଲେ ପ୍ରତିଫଳିତ ହୋଇନାହିଁ ।

ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦେଖିଲେ ଓଡ଼ିଶା କୁ ଅନ୍ୟ ଦେଶ ର ପର୍ଯ୍ୟଟକ ଆସୁଛନ୍ତି । ଆମେରିକା ଭଳି ଦେଶ ଓଡ଼ିଶା ପରିପ୍ରେକ୍ଷୀରେ ଆଡଭାଇଯେରି ଜାରି କରିଛି । ପୂର୍ବ ବିଜେଡି ସରକାର ସମୟ ରେ ଏକ ସ୍ଥିର ସରକାର ଏବଂ ଆଇନ ଶୃଙ୍ଖଳା ସମ୍ପୂର୍ଣ ନିୟନ୍ତ୍ରଣ ଥିଲା । କିନ୍ତୁ ଏକ ଦୁଃଖ ର କଥା ଜଣେ ଓକିଲଙ୍କ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରାଗଲା । କେବଳ ସେତିକି ନୁହ ସାରା ଓଡ଼ିଶା ରେ ପ୍ରତ୍ୟେକ ଦିନ ଅପରାଧ ବଢ଼ି ଚାଲିଛି। ଦଳିତ ନିର୍ଯ୍ୟାତନା , ପ୍ରଶ୍ନ ପତ୍ର ଲିକ ମାମଲା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଥାନା ଅଧିକାରୀଙ୍କ ହାତ ବାରିସ କରାଯାଉଛି । ଯେଉଁଥିପାଇଁ ଲୋକ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି । ବ୍ରହ୍ମପୁର ଏବଂ ଟିଟିଲାଗଡ ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତି କୁ ପଦାରେ ପକାଇଛି । ଅପରାଧିକ କାର୍ଯ୍ୟକଳାପ ରାଜ୍ୟ ତାଲିକା ରେ ଓଡ଼ିଶା ସ୍ଥାନ ପାଇଛି ।

ସେ ଆହୁରି କହିଛନ୍ତି ସରକାର ଏହାକୁ ଅତି ସମ୍ବେଦନଶୀଳ ଭାବେ ନେବା କଥା । ଅପରାଧୀ ଙ୍କୁ ଦମନ ସହ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ବୁଝାମଣା ରକ୍ଷା କରିବା ଆବଶ୍ୟକ । ଏହି ଘଟଣା ରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଶ୍ରୀ ମିଶ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande