ବୁଲା ଷଣ୍ଢକୁ ତୀର ମାଡ଼
କେନ୍ଦୁଝର, ୮ ଅକ୍ଟୋବର (ହି.ସ.) - କେନ୍ଦୁଝର ସହର ବୃକ୍ ଅନ୍ତର୍ଗତ ଶିରିଷପାଳ ଗ୍ରାମ ମାଟିଟାଙ୍ଗିରୀ ସାହିରେ ଏକ ବୁଲା ଷଣ୍ଢକୁ କିଛି ଦୁର୍ବୃତ ତୀରରେ ଆକ୍ରମଣ କରିଥିଲେ। ବିଗତ ୮ରୁ ୧୦ ଦିନ ଧରି ତୀର ବାଜିଥିବା ଷଣ୍ଢଟିକୁ ବିନାୟକ ଯୁବକ ସଂଘ (ମାଟିଟାଙ୍ଗିରି)ର ଯୁବ ଗୋଷ୍ଠୀ ନିରୀକ୍ଷଣ କରୁଥିଲେ ବହୁ
ବୁଲା ଷଣ୍ଢକୁ ତୀର ମାଡ଼


କେନ୍ଦୁଝର, ୮ ଅକ୍ଟୋବର (ହି.ସ.) - କେନ୍ଦୁଝର ସହର ବୃକ୍ ଅନ୍ତର୍ଗତ ଶିରିଷପାଳ ଗ୍ରାମ ମାଟିଟାଙ୍ଗିରୀ ସାହିରେ ଏକ ବୁଲା ଷଣ୍ଢକୁ କିଛି ଦୁର୍ବୃତ ତୀରରେ ଆକ୍ରମଣ କରିଥିଲେ। ବିଗତ ୮ରୁ ୧୦ ଦିନ ଧରି ତୀର ବାଜିଥିବା ଷଣ୍ଢଟିକୁ ବିନାୟକ ଯୁବକ ସଂଘ (ମାଟିଟାଙ୍ଗିରି)ର ଯୁବ ଗୋଷ୍ଠୀ ନିରୀକ୍ଷଣ କରୁଥିଲେ ବହୁ ବାଧାବିଘ୍ନ ପରେ ଏହି ଷଣ୍ଢଟିକୁ ଧରିବାରେ ସଫଳ ହୋଇ ତୁରନ୍ତ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଓଡିଶା ପକ୍ଷରୁ ଜାରି ହୋଇଥିବା ହେଲ୍ମ ଲାଇନ-୧୯୬୨କୁ ଯୋଗାଯୋଗ କରାଯାଇଥିଲା। ଡାକ୍ତରୀ ଟିମ୍ ପହଂଚି ଷଣ୍ଢଟିର ଦେହରେ ଲାଗିଥିବା ତୀରକୁ ଅଲଗା କରିଥିଲେ। ଏହା ସହିତ କ୍ଷତ ସ୍ଥାନକୁ ଭଲ ଭାବେ ସଫା କରିଥିଲେ ଦରକାରୀ ଚିକିତ୍ସା କରିବା ସହ ତାହାର ଆଶୁ ଆରୋଗ୍ୟ ନିମନ୍ତେ କିଛି ଔଷଧ ମଧ୍ୟ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande