ଆପୋଲୋ ଟାୟାର ଚୋରୀ ମାମଲାରେ ଜଣେ ଗିରଫ
ଜୟପୁର 8 ଅକ୍ଟୋବର (ହି.ସ.) ଜୟପୁର ହାଟପଦା ନିକଟସ୍ଥ ଆପୋଲୋ ଟାୟାର ବିକ୍ରି ଦୋକାନରେ ସର୍ଟର ଭାଙ୍ଗି ଟାୟାର ଚୋରି କରିଥିବା ମାମଲାରେ ଆଜି ଟାଉନ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଅଜିତ ବେନିଆ l ସୂଚନା ଅନୁଯାଇ ଗତ ସୋମବାର ଦିନ ଦୋକାନର ସଟର ତାଲା
ଆପୋଲୋ ଟାୟାର ଚୋରୀ ମାମଲାରେ ଜଣେ ଗିରଫ


ଜୟପୁର 8 ଅକ୍ଟୋବର (ହି.ସ.)

ଜୟପୁର ହାଟପଦା ନିକଟସ୍ଥ ଆପୋଲୋ ଟାୟାର ବିକ୍ରି ଦୋକାନରେ ସର୍ଟର ଭାଙ୍ଗି ଟାୟାର ଚୋରି କରିଥିବା ମାମଲାରେ ଆଜି ଟାଉନ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଅଜିତ ବେନିଆ l ସୂଚନା ଅନୁଯାଇ ଗତ ସୋମବାର ଦିନ ଦୋକାନର ସଟର ତାଲା ଭାଙ୍ଗି ସୋରୁମରୁ ଏକାଉଣ୍ଟରୁ ୧୫ ହଜର ଟଙ୍କା ଲ୍ୟାପଟପ ଏବ˚ ନୂଆ ଟାୟାରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ ଏ.ଶ୍ରୀନୁ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ କରିବା ପରେ ଆଜି ବାବୁସୁନାରୀ କଲୋନୀ ନିକଟସ୍ଥ ମୁନିଗୁଡା ଅଞ୍ଚଳର ଅଜିତ ବେନିଆକୁ ଗିରଫ କରିବା ସହ ତା ଠାରୁ ୯ଟି ପିକଅପ ଭ୍ୟାନ ଟାୟାର, ୧୧ତି ବାଇକ ଟାୟାର ଓ ଏକ ଲ୍ୟାପଟପ ଉଦ୍ଧାର କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande