ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ରାଜଧାନୀରେ ପୋଲିସକୁ ମାଡ଼ ଅଭିଯୋଗ ହୋଇଛି। ତମାଣ୍ଡୋ ଥାନା ଅଂଚଳରେ ଅସଦାଚରଣ ଅଭିଯୋଗ ଖବର ପାଇ ଯାଇଥିବା ବେଳେ ପୋଲିସକୁ ମାଡ଼ ସହ ପିସିଆର ଭଙ୍ଗାରୁଜା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ମୁତାବକ କେ୪ରେ ଯୁବତୀଙ୍କୁ ଅସଦାଚରଣ ନେଇ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଥାନାରେ ଅଭିଯୋଗ ହୋଇଥିଲା। ଖବର ପାଇ ପିସିଆର ପହଂଚିବା ବେଳକୁ ସ୍ଥାନୀୟ ଲୋକେ ଓ ଅଭିଯୋଗକାରୀଙ୍କ ପକ୍ଷରୁ ଉତ୍ୟକ୍ତ ଲୋକେ ପିସିଆର ଭାଙ୍ଗିବାକୁ ଉଦ୍ୟମ କରିବା ସହ ପୋଲିସ ଷ୍ଟାଫଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ତୁରନ୍ତ ୩ ଟି ପିସିଆର ଭ୍ୟାନ ସହ ଥାନା ଭ୍ୟାନ ଘଟଣାସ୍ଥଳରେ ପହଂଚିଥିଲା। ଘର ମାଲିକ ଭଡାରେ ଥିବା ଯୁବତୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଛି । ସେପଟେ ଘର ମାଲିକଙ୍କ ପରିବାର ଲୋକେ ଓଲଟା ଅଭିଯୋଗ ଆଣିଛନ୍ତି। ଭଡା ଟଙ୍କା ମାଗିବାରୁ ଭଡାଟିଆ ମିଛ ଅଭିଯୋଗ ଆଣିଥିବା ସେମାନେ ପାଲଟା ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ତୃତୀୟ କେସ ରୁଜୁ ହୋଇଛି । ମୋଟ ୩ ଟି କେସ ର ତଦନ୍ତ କରିବା ସହ ୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା