ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନି ଓ ପଂଚଦଶ ଅର୍ଥ କମିଶନ ଯୋଜନା ଓ ସାମାଜିକ ସମୀକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ବୁଧବାର ଦିନ ଅନୁଷ୍ଟିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ,ପଂଚୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ବିଡ଼ିଓ ବନ ବିହାରୀ ଦିନ୍ଧା,ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ବ୍ଲକ ସାମାଜିକ ସମୀକ୍ଷା ସଂଯୋଜକ ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏପିଓ ପୀୟୁଷ ରଞ୍ଜନ ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚଳିତ ଆର୍ôଥକ ବର୍ଷରେ ଧାମନଗର ପଂଚାୟତ ସମିତି ତରଫରୁ କାର୍ଯ୍ୟକାରୀ ହୋଇଥିବା ସମସ୍ତ କାର୍ଯ୍ୟ ର ସାମାଜିକ ସମୀକ୍ଷା ରୁ ଆସିଥିବା ଅର୍ଥ ଓ ତାର ଖର୍ଚ୍ଚର ଆଲୋଚନା କରଜାଇ ଥିଲା । ହୋଇଥିବା କାର୍ଯ୍ୟ ର ତ୍ରୁଟି ଓ ଆର୍ôଥକ ଅନିୟମିତତା କୁ ସାମାଜିକ ସଂଯୋଜକ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ। କିଛି ମୃତ ବ୍ୟକ୍ତିଙ୍କ ନାମରେ ସେମାନଙ୍କର ପରିବାର ଲୋକେ ଚାଉଳ ନେଉଥିବାର ପରିଲିକ୍ଷିତ ହୋଇଥିଲା ଏବଂ ଏହା ବାବଦରେ ଯୋଗାଣ ଅଧିକାରି ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା। ପଂଚଦଶ ଅର୍ଥ ଆୟୋଗ ରେ କିଛି ପଂଚାୟତ ରେ କାର୍ଯ୍ୟ ର ତାଳ ମେଳ ରହି ନଥିଲା ଓ କାର୍ଯ୍ୟ ନିକଟରେ ସୂଚନା ଫଳକ ନଥିଲା ବୋଲି ଅଭିଯୋଗ ହୋଇ ଥିଲା ।ବିଶେଷ କରି ବିଭିନ୍ନ ସ୍ଥାନ ରେ ଚାରା ରୋପଣ ଉପରେ ଗୁରୁତ୍ୱ ଦିଆ ଯାଇଥିଲା ।ସାମାଜିକ ସମୀକ୍ଷା ରେ ଅଂଶ ଗ୍ରହଣ କରୁଥିବା ଭି ଆର ପି ମାନେ ସ୍ୱଚ୍ଛତା ଓ ଉତଦାୟିତ୍ୱ ପ୍ରତିପାଦନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କୁ ସାମାଜିକ ସମୀକ୍ଷା ରେ ସମୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଏହି ଶିବିର ରେ ଆଲୋଚନା କରା ଯାଇଥିଲା।ଶେଷରେ ଏହି ଯୋଜନା ର ସହକାରି ଅଧିକାରୀ ସନ୍ଧ୍ୟା ରାଣୀ ସାମଲ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ