ଜୟପୁର, ୮ ଅକ୍ଟୋବର (ହି.ସ.) - ଦେଶି ମଦ ଚାଲାଣ ସୁଚନା ପାଇ ଅବକାରି ସେଟଲାଇଟ ବିଭାଗ ଚଢାଉ କରି ୨ ଅଭିଯୁକ୍ତକୁ ଗିରଫ କରିଛି । ପୁରୁଣା ଗଡର ଜଣେ ମହିଳା ସହ ପୁଟ୍ରା ଗ୍ରାମର କୈଳାଶ ଭୁମିଆକୁ ଗିରଫ କରିଛି । ସୂଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନ ପାଇ ଜୟପୁର ଅବକାରି ସେଟଲାଇଟ ଟିମ ପୁଟ୍ରା ଓ ପୁରୁଣାଗଡ ରାସ୍ତାରେ ଚଢାଉ କରି ୪୫ ଲିଟରେ ଦଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି ସନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ବିଭାଗ ତରଫରୁ ସୁଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି