ଜୟପୁର, ୮ ଅକ୍ଟୋବର (ହି.ସ.) - କୁନ୍ଦୁରା ବ୍ଲକ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ ଉପାଧକ୍ଷ ତରୁଣୀ ସେନା ବିଶୋଇ କ୍ଷ ଆଜି ପୂର୍ବାହ୍ନରେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଶ୍ରୀ ବିଶୋଇ ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି କ୍ଷ ଏହି ଅବସରରେ ତରୁଣୀ ସେନା ବିଶୋଇଙ୍କୁ ଶୁଭେଚ୍ଛର ସୁଅ ଛୁଟିଛି । ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ବିଶୋଇଙ୍କୁ ଫୁଲମାଳ ଦେଇ ଓ ମିଷ୍ଟାନ ଖୁଆଇ ଶୁଭେଚ୍ଛା ଜଣାଇଲେ ଜିଲ୍ଲା ପରିଷଦ ଉପାଧକ୍ଷ ରାଧା ବିନୋଦ ସାମନ୍ତରାୟ ସମତ ସାର୍ତ୍ମଥତ ସମସ୍ତ ସରପଂଚ ଏବଂ ସମିତି ସଭ୍ୟ ସଭ୍ୟା । କୁନ୍ଦୁରା ବ୍ଲକ ଇତିହାସରେ ପ୍ରଥମ ଥର ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟ ପରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ତରୁଣୀସେନ ବିଷୋୟୀ। ସୂଚନା ଥାଉକି, ଗତ ଅଗଷ୍ଟ ମାସରେ କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ୧୬ ଟି ପଂଚାୟତ ମଧ୍ୟରୁ ୧୪ ଟି ପଂଚାୟତ ର ୨୬ ଜଣ ସରପଂଚ ଏବଂ ସମିତି ସଭ୍ୟ ସଭ୍ୟା ଜୟପୁର ଉପ ଜିଲ୍ଲପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆବେଦନ କରିଥିଲେ। କିନ୍ତୁ ଏଥିରେ ପ୍ରଶାସନ ପକ୍ଷରୁ ପାତର ଅନ୍ତର ନୀତି ଯୋଗୁଁ ଥିବା ବେଳେ ଲୋକ ପ୍ରତିନିଧି ମନେ ସାମୁହିକ ଇସ୍ତଫା ଦେବା ବୋଲି ଚେତାବନୀ ଦେଇଥିଲେ। ଏହା ପରେ ୧୯ -୦୯ -୨୫ ତାରିଖରେ ଜୟପୁର ଉପଜିଲ୍ଲାପାଳଙ୍କ ପତ୍ର -୭୮୫୭ /୨୫ ଅନୁସାରେ ତହସିଲଦାର ତଥା ମାଜିଷ୍ଟ୍ରେଟ ବିନୋଦ କୁମାର ନାଏକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସମିତି ବୈଠକ ଓ ଅନାସ୍ଥା ପ୍ରସ୍ତାବ ଭୋଟ ହୋଇଥିଲା । ଏଥିରେ ୨୮ ଜଣ ସମର୍ଥନ ଦେଇଥିଲେ । ଗତ ଦିନରେ କଂଗ୍ରେସ ସର୍ତ୍ମଥତ ପଂଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ଅନାସ୍ଥା ଆବେଦନ କରିଥିଲେ। ଆଜି ତରୁଣୀ ସେନା ବିଶୋଇ ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ ସମସ୍ତ ପଂଚାୟତ ବାସୀ ଏବଂ ବିଭିନ୍ନ ପଂଚାୟତ ର ଲୋକ ପ୍ରତିନିଧି ଙ୍କ ଆବଶ୍ୟକତା ନେଇ କାର୍ଯ୍ୟ କରିବା ସହ ଅଂଚଳର ପ୍ରଗତି ପ୍ରତି ଦୃଷ୍ଟି ଦେବେ । ବ୍ଲକ ବିଜେଡି ସଭାପତି ବୃନ୍ଦାବନ ମଲ୍ଲିକ, ମଂଟୁ ସାବତ, ଅଜୟ ସାହୁ,ଘାସି ଭତ୍ରା, ଦାମୋଦର ଗଣ୍ଡା, ଚନ୍ଦ୍ରିକା କାନ୍ଦଲିଆ, ଦୁତିକା ଭୂମିଆ, ବନିତା କାନ୍ଦଲିଆ,ଲବ ପରଜା, ଶିବ ପ୍ରଧାନୀ, ସଦାଶିବ ଭତ୍ରା, ଦାଶରଥି ସାନ୍ତା, ମାଣିକ ସାନ୍ତା, ଗୋରୀ ହରିଜନ,ବାସନ୍ତୀ ମାଛ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି