କେନ୍ଦ୍ରାପଡ଼ା, ୦୮ ଅକ୍ଟୋବର(ହି.ସ.) – ସଂସ୍କୃତ ଭାରତୀ, କେନ୍ଦ୍ରାପଡ଼ା ଶାଖା ଆନୁକୂଲ୍ୟରେ ପୁରୁଷୋତମପୁର ସ୍ଥିତ ପଣ୍ଡିତ ହୃଷୀକେଶ ରଥଙ୍କ ଗୃହାଙ୍ଗନରେ ସଂସ୍ଥାପିତ ଶ୍ରୀରାମ ମନ୍ଦିର ପରିସରରେ ଆଦିକବି ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀ ଉତ୍ସବ ପଣ୍ଡିତ ଭ୍ରମରବର ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ଜୟନ୍ତୀ ଉତ୍ସବକୁ ଆବାହକ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଡ଼ ସର୍ବେଶ୍ୱର ସେଣ ଯୋଗଦେଇ ବାଲ୍ମୀକିଙ୍କ ସଂସ୍କୃତ ରାମାୟଣ ପରେ ଅନ୍ୟ ଭାଷାରେ ରାମାୟଣ ରଚିତ ହୋଇଥିଲା ବୋଲି ତଥ୍ୟ ଭିତିକ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ପଣ୍ଡିତ ଦାମୋଦର ରାଉତ ବାଲ୍ମୀକି ରାମାୟଣରୁ ଅରଣ୍ୟ କାଣ୍ଡ, ସମ୍ମାନୀତ ଅତିଥି ଫୋରଡବାୟା ଆଶ୍ରମର ମହନ୍ତ ବାବାଜୀ ହୃଷୀକେଶ ଦାଶ ତୁଳସୀ ଦାସ କୃତ ରାମ ଚରିତ ମାନସ ସମ୍ପର୍କରେ ଆଲୋଚନା କରିଥିଲେ। ସଂସ୍କୃତ ଭାରତୀ କେନ୍ଦ୍ରାପଡ଼ା ଶାଖା ସଂଯୋଜକ ହରେକୃଷ୍ଣ ପତି ବେଦପାଠ କରିବା ସହିତ ଅତିଥିମାନଙ୍କ ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଜର ଭରତ ଚନ୍ଦ୍ର ଜେନା, ଶୋଭନୀୟ ଆନ୍ଦୋଳନର ଆଜୀବନ ସଭ୍ୟ ଅଧ୍ୟାପକ ଇନ୍ଦ୍ରମଣି ନାୟକ, ତପନ ଦାଶ, ପଣ୍ଡିତ କ୍ଷୀରୋଦ ସେନାପତି ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ବାଲ୍ମୀକି ରାମାୟଣ ବିଷୟରେ ଭିନ୍ନ ଭିନ୍ନ ଦିଗରୁ ଆଲୋଚନା କରିଥିଲେ। ସଂସ୍କୃତ ଭାଷାର ଗୌରବ ବୃଦ୍ଧି, ମହାଭାରତୀୟ ସଂସ୍କୃତି ଓ ପରମ୍ପରା ଏବଂ ପୂଜ୍ୟ ପୂଜାର ମାହାତ୍ମ୍ୟ ସମ୍ପର୍କରେ ସଚେତନତା ସୃଷ୍ଟିକରି ଏକ ସ୍ନେହ ଶାନ୍ତି ପୂର୍ଣ୍ଣ ବିଶ୍ୱ ପରିବାର ଗଠନ କରିବା ପାଇଁ ଆଗଭର ହେବାକୁ ଏହି ଅବସରରେ ଅତିଥିମାନେ ଯୁବ ବର୍ଗଙ୍କୁ ଆହ୍ୱାନ କରିଥିଲେ। ମାଧବ ଚନ୍ଦ୍ର ପତ୍ରୀ, ମିନାକ୍ଷୀ ଦାସ, ମମତା ମଲ୍ଲ, ରୁକ୍ମିଣୀ ପଣ୍ଡା, ଦୀନେଶ ରଥ, ନୀରଦ କୁମାର ରାଉତ, ଅକ୍ଷୟ କୁମାର ମନ୍ତ୍ରୀ, ପ୍ରତାପ କୁମାର ସ୍ୱାଇଁ, ନବଘନ ନାୟକ, ନାରାୟଣ ପଣ୍ଡା ଏବଂ କୈଳାସ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିବେଶ ପ୍ରେମୀ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଧ୍ୟାତ୍ମିକ ଜ୍ଞାନପୀପାସୁ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି