ମାଲକାନଗିରି, ୮ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଗୋରାଖୁଣ୍ଟା ପଞ୍ଚାୟତ ର କୃଷୁ ୱାଡ଼ା ଗ୍ରାମରେ ସାରା ଭାରତ ରେ ଘରେ ଘରେ ପରିଚିତ ରାମାୟଣ ମହାକାବ୍ୟର ସଂସ୍କୃତ ଭାଷାରେ ରଚୟିତା ମହର୍ଷି ବାଲ୍ମିକୀ ଙ୍କ ଜନ୍ମ ଦିନ ବହୁ ଆଡ଼ମ୍ବରରେ ପାଳିତ ହୋଇ ଯାଇଛି! କେଉଁ ଆଦିମ କାଳରୁ ବାଲ୍ମୀକି ଙ୍କ ବଂଶଧର କହୁଥିବା ଲୋକମାନେ ମାଲକାନଗିରି ଜିଲ୍ଲାରେ ୩୫ ରୁ ଅଧିକ ଗ୍ରାମରେ ରହି ଆସୁ ଛନ୍ତି!
ପ୍ରତିବର୍ଷ ପରି ଏହି ବର୍ଷ ୭ ଅକ୍ଟୋବର ୨୦୨୫ ରେ କୃଷୁୱାଡା ଗ୍ରାମର ବାଲ୍ମିକୀ ପରିବାରର ସମସ୍ତେ ମିଶି ସ୍ଥାନୀୟ ଶ୍ରୀ ରାମ ମନ୍ଦିରରେ ଏକତ୍ରିତ ହୋଇ ଜନ୍ମ ଜୟନ୍ତୀ ବା ପ୍ରକଟ ଦିବସ ପାଳନ କରିଛନ୍ତି!
ସେମାନଙ୍କ ପୂର୍ବଜଙ୍କୁ ମନେ ପକାଇ ଭଜନ, କୀର୍ତ୍ତନ, ନାମ ସ୍ମରଣ, ଜ୍ଞାନ ଯଜ୍ଞ, ଅନ୍ନ ଦାନ ପ୍ରଭୁତି କାର୍ଯ୍ୟକରି ଜନ୍ମ ଦିନ ପାଳିତ ହୋଇଥିଲା!
ରାମାୟଣ ପରି ଗ୍ରନ୍ଥ କୁ ସଂସ୍କୃତ ଭାଷାରେ ପଦ୍ୟ ର ପ୍ରଥମେ ରଚନା କରିଥିବାରୁ ଏହି ବଂଶଧରଙ୍କୁ ଆଜିର ସମାଜରେ ସମସ୍ତେ ଆଦର କରିଥାନ୍ତି! ସେମାନେ ନିଜକୁ ଆଦିବାସୀ, ବନବାସୀ ବା ଅନୁସୂଚୀତ ଜାତିର ବୋଲି ବାରମ୍ବାର ସରକାରଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏମାନଙ୍କ କଥାକୁ ଆଡ଼ ଆଖିରେ ମଧ୍ୟ ଚାହୁଁ ନାହନ୍ତି ଏଥିରେ ସେମାନେ ଆଦୌ ବିଚଳିତ ନହୋଇ ନିଜ ନିଜ ଧର୍ମ ମତ ପନ୍ଥ କୁ ପାଳନ କରିଆସୁଛନ୍ତି!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ