କେନ୍ଦୁଝର, ୮ ଅକ୍ଟୋବର (ହି.ସ.) - ଶ୍ରୀ ଶ୍ରୀ ଠାକୁର ପରମହଂସ ପରିବାଜକାର୍ଯ୍ୟ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ନୀଳାଚଳ ସାରସ୍ୱତ ସଂଘ ର କେନ୍ଦୁଝର ଶାଖା ସଂଘ ର ୪୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।
ଏଥିରେ ନୀଳାଚଳ ସାରସ୍ୱତ ସଂଘ,ପୁରୀର ଉପସଭାପତି ତଥା କେନ୍ଦୁଝର ଜିଲ୍ଲା ସଙ୍ଘର ସଭାପତି କୀର୍ତନ ବିହାରୀ ପାତ୍ର ଏବଂନୀଳାଚଳ ସାରସ୍ୱତ ସଂଘ, ପୁରୀର ସହ ସମ୍ପାଦକ ଡ଼ ରବୀନ୍ଦ୍ର ନାଥ ପରିଡ଼ା କେନ୍ଦ୍ର ପ୍ରତିନିଧି ଭାବେ ସଭା ପରିଚାଳନା କରିଥିଲେ। ଏଥିରେ କେନ୍ଦୁଝର ଶାଖା ର ସଭାପତି ମାଗୁଣି ଚରଣ ବାରିକ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଶାଖା ସଂଘ ର ଉପସଭାପତି ଦୀପକ କୁମାର ଗିରି, ସମ୍ପାଦକ ଦୁର୍ଗାମାଧବ ପଟ୍ଟନାୟକ, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ପାତ୍ର ଭାଇ ଏବଂ ସମସ୍ତ ଭକ୍ତ ଭାଇ ମାଆଙ୍କ ଦ୍ୱାରା ଆଲୋଚନା ଶୁଣିବା ପାଇଁ ସମସ୍ତ ଭକ୍ତ ଓ କେନ୍ଦୁଝର ଜିଲ୍ଲାରୁ ଆସିଥିବା ସମସ୍ତ ସାରସ୍ୱତ ସଂଘ ସେବୀ, ଧର୍ମପିପାସୁମାନଙ୍କର ସାଦର ପୂର୍ବକ ସତ୍କାର ଏବଂ ଅତିଥ୍ୟ ପ୍ରଦାନ ପୂର୍ବକ ପ୍ରସାଦଗ୍ରହଣର ସୁବ୍ୟବସ୍ଥା କରାଯାଇଥିଲା।
ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରଦତ ଦଶବିଧ ନିୟମ ପାଳନ ପୂର୍ବକ ନିଜର ଚରିତ୍ର ଗଠନ କରି ମନୁଷତ୍ୱ , ଦେବତ୍ୱ, ଈଶ୍ୱରତ୍ୱରେ ପ୍ରତିଷ୍ଠିତ ହୋଇ ଠାକୁର ଙ୍କ ଜଗତହିତକର କାର୍ଯ୍ୟର ସାରଥି ହୋଇ ଶିବଜ୍ଞାନରେ ଜୀବସେବା ବ୍ରତ ପାଳନ କରିବା ଉପରେ ଆଲୋଚନା ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA