୨୪ ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ
ମାଲକାନଗିରି, ୮ ଅକ୍ଟୋବର (ହି.ସ.) -ମାଲକାନଗିରି ଜିଲ୍ଲା ପଡିଆ ପୁଲିସ ପକ୍ଷରୁ ୨୪ ଲିଟର ବିଦେଶୀ ମଦ ଜବତ କରାଯାଇଛି। ସୁଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ପ୍ରାୟ ତିନିଟା ସମୟରେ ପଡିଆ ଥାନା ଅଧିକାରୀ ଡିଏସପି ରମେଶ୍ବର ପ୍ରଧାନ ଏକ ଟିମ୍ ନେଇ ଧରମପଲ୍ଲୀ ଗ୍ରାମରେ ମୋଟର ଯାନ ଯାଞ୍ଚ କରୁଥିବା ବେଳେ ଟ
୨୪ ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ


ମାଲକାନଗିରି, ୮ ଅକ୍ଟୋବର (ହି.ସ.) -ମାଲକାନଗିରି ଜିଲ୍ଲା ପଡିଆ ପୁଲିସ ପକ୍ଷରୁ ୨୪ ଲିଟର ବିଦେଶୀ ମଦ ଜବତ କରାଯାଇଛି। ସୁଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ପ୍ରାୟ ତିନିଟା ସମୟରେ ପଡିଆ ଥାନା ଅଧିକାରୀ ଡିଏସପି ରମେଶ୍ବର ପ୍ରଧାନ ଏକ ଟିମ୍ ନେଇ ଧରମପଲ୍ଲୀ ଗ୍ରାମରେ ମୋଟର ଯାନ ଯାଞ୍ଚ କରୁଥିବା ବେଳେ ଟେକାଲଗୁଡା ଗ୍ରାମର ଜଣେ ବ୍ୟକ୍ତି ଏକ ବାଇକ୍ ଯୋଗେ ଦୃତ ଗତିରେ ଧରମପଲ୍ଲୀରୁ ନିଲିଗୁଡାଅଭିମୁଖେ ଆସୁଥିଲେ। ଏହି ସମୟରେ ପୋଲିସ ମୋଟର ସାଇକେଲକୁ ଅଟକାଇ ପଛ ପଟେ ଥିବା ଏକ ବସ୍ତା ଯାଞ୍ଚ କରିବାରୁ ପ୍ରାୟ ୪୮ଟି କେନ ବିୟର ପାଇଥିଲେ I ଏହାପରେ ପୋଲିସ ଘଟଣା ସ୍ଥଳରେ ବିଦେଶୀ ମଦ ଓ ମୋଟର ସାଇକେଲ ଜବତ କରିବା ସହ ଅଭିଯୁକ୍ତ ଙ୍କ ବିରୋଧରେ ଓଡିଶା ଅବକାରୀ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ଜଣାପଡିଛି I ପଡିଆ ଥାନା ଏଏସଆଇ କେଶବ ଭତ୍ରା ଏହି ମାମଲାର ତଦନ୍ତ କରୁଥିବା ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande