ଜୟପୁର, ୮ ଅକ୍ଟୋବର (ହି.ସ.) - ଜୟପୁର ଟାଉନ ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ଜଣ ଜୁଆଡି ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୭୦ ହଜାର ୧୩୦ଟଙ୍କା ଜବତ କରିଛି। ପୁଲିସ ରାତି ପେଟ୍ରୋଲିଂଗ କରୁଥିବା ସମୟରେ ଏନକେଟି ରୋଡରେ ଚାଲିଥିବା ଜୁଆ ଆଡ୍ଡାରୁ ୯ଜଣ ଜୁଆଡିକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୨୯,୫୮୦ ଟଙ୍କା ଜବତ କରିଥିଲା। ସେହିପରି ହେଲୋ ଜୟପୁର ନିକଟସ୍ଥ ଲୋରି ଏସୋସିଏସନ ନିକଟରେ ଚାଲିଥିବା ଜୁଆ ଆଡ୍ଡାରୁ ୫ଜଣକୁ ଗିରଫ କରି ସେମାନଙ୍କ ଠାରୁ ୬,୦୫୦ ଟଙ୍କା ଜବତ କରିଥିଲା। ସେହିପରି ଲିଙ୍ଗରାଜନଗର ନଥିଲା। ସମସ୍ତ ଜୁଆଡି ମାନଙ୍କୁ ନିକଟସ୍ଥ ଏକ ଘରେ ଚାଲିଥିବା ଜୁଆ ଖେଳରୁ ୩ଜଣକୁ ଗିରଫ କରି ସେମାନଙ୍କ ଠାରୁ ୩୪,୫୦୦ ଟଙ୍କା ଜବତ କରାଯାଇଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।
ସେହିପରି ଜୟପୁର ସଦରଥାନା ଅନ୍ତର୍ଗତ ବଦଳିଗୁଡା ଗ୍ରାମର ଭଲିବଲ ପଡିଆରେ ଚାଲିଥିବା ଜୁଆଖେଳ ଉପରେ ସଦର ପୁଲିସ ପକ୍ଷରୁ ଚଢାଉ କରି ୬ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ତାସ ସହ ୪୬୫୦ ଟଙ୍କା ଜବତ କରାଯାଇଛି। ସଦରପୋଲିସ ପେଟ୍ରୋଲିପ୍ସ ଯାଇଥିବା ସମୟରେ ବଦଳିଗୁଡ ଭଲିବଲ ପଡିଆରେ ଜୁଆଖେଳ ହେଉଥିବା ଦେଖିବାକୁ ପାଇଲେ। ପୁଲିସ ଗାଡି ଦେଖି ଘଟଣା ସ୍ଥଳରୁ କିଛି ଜୁଆଡି ଫେରାର ହୋଇଯାଇଥିବା ବେଳେ ପୁଲିସ କେବଳ ୬ଜଣକୁ ଧରିବାରେ ସଫଳ ହୋଇ ସେମାନଙ୍କୁ ଗିରଫ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି