ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଗାଁ ଗାଁରେ ପଠାଗାର
କୋରେଇ, ୮ ଅକ୍ଟୋବର (ହି.ସ.) - ଭୁବନେଶ୍ୱରପୁର ପଂଚାୟତ ଅଧୀନସ୍ଥ ଭଗତପୁର ଗ୍ରାମର ଲକ୍ଷ୍ମୀଛକଠାରେ ଏକ ପୁସ୍ତକ ତଥା ଇ-ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଉଦ୍ୟମ ନିଆଯାଇଛି । ପାଠାଗାରର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ବହି ତଥା ଇ-ପୁସ୍ତକ ସଂଗ୍ରହ, କମ୍ପ୍ୟୁଟର, ଇଂଟରଆକ୍ଟିଭ୍ ଡିଜିଟାଲ୍ ବୋର୍ଡ଼
ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଗାଁ ଗାଁରେ ପଠାଗାର


କୋରେଇ, ୮ ଅକ୍ଟୋବର (ହି.ସ.) - ଭୁବନେଶ୍ୱରପୁର ପଂଚାୟତ ଅଧୀନସ୍ଥ ଭଗତପୁର ଗ୍ରାମର ଲକ୍ଷ୍ମୀଛକଠାରେ ଏକ ପୁସ୍ତକ ତଥା ଇ-ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଉଦ୍ୟମ ନିଆଯାଇଛି । ପାଠାଗାରର ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ବହି ତଥା ଇ-ପୁସ୍ତକ ସଂଗ୍ରହ, କମ୍ପ୍ୟୁଟର, ଇଂଟରଆକ୍ଟିଭ୍ ଡିଜିଟାଲ୍ ବୋର୍ଡ଼ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ପାଇଁ ଗତ ଅକ୍ଟୋବର ୫ ତାରିଖରେ ପାଠାଗାରର କାର୍ଯ୍ୟକାରୀ କମିଟି ବୈଠକରେ ସିଦ୍ଧାନ୍ତ କରାଯାଇଛି । କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧୟନ କରୁଥିବା ଛାତ୍ରଛାତ୍ରୀଙ୍କ ସମେତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କ ପାଇଁ ପାଠାଗାରର ସୁଯୋଗ ସୃଷ୍ଟି ଲକ୍ଷରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଆଦର୍ଶ ଶିକ୍ଷକ, ସମାଜ ସଂସ୍କାରକ ତଥା ଜନକଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଥିବା ମାଧବାନନ୍ଦ ଷଡ଼ଙ୍ଗୀଙ୍କ ସ୍ମୃତିରେ ନିର୍ମିତ ହେଉଥିବା ଏହି ପାଠାଗାରର ନାମ “ ମାଧବାନନ୍ଦ ପାଠାଗାର” ରଖାଯାଇଛି । ୨୦୨୬ ଜାନୁଆରୀ ୨୩ରେ ଉଦ୍‌ଘାଟିତ ହେବାକୁ ଯାଉଥିବା ଏହି ପାଠାଗାରକୁ ନେଇ ସ୍ଥାନୀୟ ଛାତ୍ରଛାତ୍ରୀ, ଶିକ୍ଷକ ତଥା ବୁଦ୍ଧିଜୀବୀଙ୍କ ମ୍ମରେ ବ୍ୟାପକ ଭାବରେ ଆଗ୍ରହ ପ୍ରକାଶ ପାଇଛି । ଗତ ଅକ୍ଟୋବର ୫ ତାରିଖରେ ସ୍ଥାନୀୟ ଗୋପବନ୍ଧୁ ସଭାଗୃହରେ ଛାତ୍ରଛାତ୍ରୀମାନେ ସମବେତ ହୋଇ ପାଠାଗାରରେ କେଉଁ କେଉଁ ପୁସ୍ତକ ରଖାଯିବାର ଆବଶ୍ୟକତା ଅଛି, ସେ ସମ୍ପର୍କରେ ଗଠନମୂଳକ ପ୍ରସ୍ତାବମାନ ରଖିଥିଲେ । ଏହି ପାଠାଗାର ପ୍ରତି ଓଡ଼ିଶାର ବୁଦ୍ଧିଜୀବୀମାନଙ୍କ ଭିତରେ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି । ଖ୍ୟାତନାମା ସାହିତ୍ୟିକ ଡ଼କ୍ଟର ବିଭୁତି ପଟ୍ଟନାୟକ ୨୦ ହଜାର ଟଙ୍କାର ଆର୍ôଥକ ସାହାଯ୍ୟ ସହ ୩୦୦ ରୁ ଉର୍ଦ୍ଧ୍ୱ ପୁସ୍ତକ ଦାନ କରିଛନ୍ତି । ଏ ପର୍ଯ୍ୟନ୍ତ ୨୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉକ୍ତ ପାଠାଗାର ପାଇଁ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଉକ୍ତ ବୈଠକରେ ସାମ୍ୟବାଦୀର ପୂର୍ବତନ ସମ୍ପାଦକ ତଥା ମାଧବାନନ୍ଦ ପାଠାଗାରର ସଭାପତି ସନ୍ତୋଷ ଦାସ ସଭାପତିତ୍ୱ କରିଥିଲାବେଳେ ଭୁବନେଶ୍ୱରପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଓ ବିଶିଷ୍ଟ ଶିକ୍ଷାବିତ୍ ସୁରେନ୍ଦ୍ର ରାୟ, ମାଧବାନନ୍ଦ ପାଠାଗାରର ସମ୍ପାଦକ ରବିନାରାୟଣ ସାହୁ, ଡ଼ା ନିର୍ମଳ ରଥ, ସୁରେଶ ସାହୁ, ଶିକ୍ଷକ ସର୍ବଶ୍ରୀ କୀର୍ତନ ଚନ୍ଦ୍ର ଦଳାଇ, ସତ୍ୟପ୍ରକାଶ ସାହୁ, ରବିନ୍ଦ୍ର ଯେନା, ପ୍ରସନ୍ନ ସାହୁ, ଦୀପକ ବେହେରା ତଥା ଅନେକ ଛାତ୍ରଛାତ୍ରୀ ସତ୍ୟଭାମା ବିହାରୀ, ନିହାରିକା ପଣ୍ଡା, ସନ୍ଧ୍ୟାରାଣୀ କର, ଶ୍ରାବଣୀ କର, ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁ, ଅମିତ କୁମାର ସାହୁ, ନାନା ପ୍ରସ୍ତବମାନ ଦେଇଥିଲାବେଳେ ନରେନ୍ଦ୍ର ସାହୁ, ଅନନ୍ତ ସାହୁ, ପ୍ରତ୍ୟୁଷ ସାହୁ, ମାଧବ କୁଣ୍ଡୁ, ତୁଷାରକାନ୍ତ ଦାସ, ଶୁଭଙ୍କର ସାହୁ ବୈଠକରେ ସହଯୋଗ କରିଥିଲେ । ଶିକ୍ଷକ ରତିକାନ୍ତ ରାୟ ଶେଷରେ ନିଜର ନାନା ପ୍ରସ୍ତାବ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande