ସମ୍ବଲପୁରର ବିକାଶମୂଳକ କାର୍ଯ୍ୟକ୍ରମ ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ
ସମ୍ବଲପୁର, ୦୮ ଅକ୍ଟୋବର (ହି.ସ.) ଆଜି ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲା ପ୍ରଶାସନ ଦ୍ଵାରା ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ସମ୍ବଲପୁରର ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ, ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡ଼ିଓ-କମ-ଇଓ) ପ୍ରସନ୍ନ କୁମାର ପାତ୍ରଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମହାତ୍ମାଗାନ୍ଧୀ ନାସନାଲ ରୁରାଲ ଏମ୍ପ୍ଲୋୟମେଣ୍ଟ ଗ୍ୟାରେଣ୍ଟି ସ୍କିମ) ର କାର୍ଯ୍ୟକାରିତା, ସ୍ଵଛ ଭାରତ ମିଶନ ଓ ପାନୀୟ ଜଳ ଯୋଗାଣ ର କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଓ ମୋ' ଘର ଯୋଜନା ଅଧୀନରେ ଗୃହ ନିର୍ମାଣ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, ଜିଲ୍ଲାରେ ଅଣ ବ୍ୟାଙ୍କ ପଞ୍ଚାୟତ ସମସ୍ୟା ସମାଧାନ ପାଇଁ ବ୍ୟାଙ୍କିଂ ସୁବିଧା ପ୍ରଦାନର ପଦକ୍ଷେପ, ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ, ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ, ଗ୍ରାମ୍ୟ ସଡକ, ସରକାରୀ କାର୍ଯ୍ୟାଳୟ ଓ ସାଧାରଣ ପ୍ରାଥମିକ ସଂସ୍ଥାଗୁଡ଼ିକର ମରାମତି ଓ ରକ୍ଷାଣାବେକ୍ଷଣା ରାଜ୍ୟ ଆର୍ଥିକ ନିଗମ, ଇ ଗ୍ରାମ୍ୟ ସ୍ଵରାଜ ପୋର୍ଟାଲରେ ତଥ୍ୟ ଅପଲୋଡ୍, ଲୋକଙ୍କୁ ସ୍ୱଚ୍ଛ ତଥ୍ୟ ପ୍ରଦାନ ଓ ଯୋଜନାର ପ୍ରଗତି,ଭିଏସ୍ଏସ ବିଲଡିଂ ର ପରିଚାଳନା, ଜନସାଧାରଣଙ୍କ ଅଭିଯୋଗ ନିବାରଣକୁ ପ୍ରାଥମିକତା ଦେବା, ଓଡିଶା ଜୀବିକା ମିଶନରେ କିପରି ସମସ୍ତ ଗରିବ ପରିବାରଙ୍କ ନିକଟରେ ପହଞ୍ଚିବା ସହ ସେମାନଙ୍କୁ ନିରନ୍ତର ଜୀବିକା ଯୋଗାଇ ଦେବା ଓ ଦାରିଦ୍ର୍ୟରୁ ବାହାରିବା ପର୍ଯ୍ୟନ୍ତ ଭଲ ଜୀବନଯାପନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିପୋଷଣ କରିବା, ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ ଏବଂ ପଦକ୍ଷେପ ମାଧ୍ୟମରେ ଓଡିଶାର ଗ୍ରାମୀଣ ଉତ୍ପାଦକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ ଯୋଗାଇ ଦେଇ ଦାରିଦ୍ର୍ୟ ଦୂରୀକରଣ, ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଦକ୍ଷତା ବୃଦ୍ଧି ଏବଂ ଗ୍ରାମୀଣ ସମ୍ପ୍ରଦାୟର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ରେ ଉନ୍ନତି କିପରି କରି ହେବ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ