ଗୁଣ୍ଡିଚା ଘାଗି ଜଳ ପ୍ରାପତରେ ୬ବର୍ଷରେ ମଲେଣି ୧୨ଜଣ ପର୍ଯ୍ୟଟକ
ଘଟଗାଁ ୮ଅକ୍ଟୋବର (ହିସ) - କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଟଗାଁ ଏବଂ ହରିଚନ୍ଦନପୁର ବ୍ଲକ ସୀମାନ୍ତ ବଣ ଚକୁଳିଆ ଗ୍ରାମ ନିକଟବର୍ତୀ ମୂଷଳ ନଦୀରେ ସୃଷ୍ଟି ହୋଇଥିବା ଗୁଣ୍ଡିଚା ଘାଗି ଜଳ ପ୍ରପାତ ଜଳରେ ବୁଡି ୬ବର୍ଷରେ ୧୨ଜଣ ପର୍ଯ୍ୟଟକ ପ୍ରଣାହରାଇ ଥିବନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । ଚଳିତ ବର୍ଷ
ଗୁଣ୍ଡିଚା ଘାଗି ଜଳ ପ୍ରାପତରେ ୬ବର୍ଷରେ ମଲେଣି ୧୨ଜଣ ପର୍ଯ୍ୟଟକ


ଘଟଗାଁ ୮ଅକ୍ଟୋବର (ହିସ) - କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଟଗାଁ ଏବଂ ହରିଚନ୍ଦନପୁର ବ୍ଲକ ସୀମାନ୍ତ ବଣ ଚକୁଳିଆ ଗ୍ରାମ ନିକଟବର୍ତୀ ମୂଷଳ ନଦୀରେ ସୃଷ୍ଟି ହୋଇଥିବା ଗୁଣ୍ଡିଚା ଘାଗି ଜଳ ପ୍ରପାତ ଜଳରେ ବୁଡି ୬ବର୍ଷରେ ୧୨ଜଣ ପର୍ଯ୍ୟଟକ ପ୍ରଣାହରାଇ ଥିବନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । ଚଳିତ ବର୍ଷ ସେପ୍େଟମ୍ବର ମାସ ୧୨ତାରିଖ ଦିନ ବାଲେଶ୍ୱର ଜିଲ୍ଲା ସୋର ଅଂଚଳରୁଏବଂ ଅକ୍ଟୋବର ମାସ ୫ତାରିଖ ଦିନ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନାଅଧୀ ଅଧିନସ୍ଥ ବଡସିଆଡ଼ିମାଳ ଅଂଚଳରୁଆସିଥିବା କତେକ ଯୁବକ ମଧ୍ୟରୁ ସତ୍ୟପ୍ରକାଶ ମହାନ୍ତ ନାମକ ଜଣେ ଯୁବକ ଜଳପ୍ରପାତରେ ଗାଧୋଉ ଥିବାବେଳେ ବୁଡି ପ୍ରାଣ ହରାଇ ଥିବା ପ୍ରକାଶ ପାଇଛି । ସେହିପରି ସୋର ଅଂଚଳରୁ ଆସି ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଦେବେଶ କୁମାର ବେହେରା ନାମକ ଯୁବକ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ଜଳ ପ୍ରପାତ ଚତୁର୍ପାଶ୍ୱ ରେ ସୁରକ୍ଷା ବାଡ ନଥିବା ଓ ପ୍ରଶାସନ ପକ୍ଷ୍ୟରୁ ସଚେତନତା ନ ଥିବାରୁ ଏପରି ଅଭାବନୀୟ ଅଘଟଣ ଦୁର୍ଘଟଣା ଘଟୁଥିବା ପ୍ରକାଶ ପାଇଛି । ଏପରି ଅସନ୍ତୋଷ ପ୍ରକାଶ ପାଇଛି । ଏପରି ପ୍ରକାଶ ପାଇବା ପରେ ପ୍ରଶାସନ ଚେଇଁ ଉଠି ମୁକୁନ୍ଦପୁର ପଂଚାୟତପ୍ରଶାସନ ପକ୍ଷ୍ୟରୁ ସଚେତନତା ଜାରି କରିଥିବା ସହିତ ଅମାନିଆ ହୋଇ ଜଳ ପ୍ରପାତରେ ଗାଧୋଇଲେ ୫ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି କଠୋର ନିଷ୍ପତି ନିଆ ଯାଇ ଥିବା ସରପଂଚ ଅର୍ଣ୍ଣପୂର୍ଣ୍ଣା ଦେହୁରୀ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande