ବଲାଙ୍ଗିର, 8 ଅକ୍ଟୋବର (ହି.ସ.)
ବିଧାୟକଙ୍କ ଇସ୍ତଫା ଦାବି କଲା ଟିଟିଲାଗଡ଼ ବିଜୁ ଜନତା ଦଳ । ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ଯେ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ତଥା ଟିଟିଲାଗଡ଼ ସହରରେ ଦିନକୁ ଦିନ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଶାନ୍ତି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ବଡ଼ମାଳ ଫାଣ୍ଡିରେ କାର୍ଯ୍ୟରତ ଥାନାଧିକାରୀଙ୍କୁ ମାଡ ମାରିଥିବା ଯୁବକ ହେଉଛନ୍ତି ବିଧାୟକଙ୍କ ନିକଟତର ଲୋକ ବୋଲି ଚର୍ଚ୍ଚା ହେଉଥିଲା । ସେହିପରି ୨୮ ତାରିଖ ରାତିରେ ଟିଟିଲାଗଡ଼ର ବ୍ୟବସାୟୀ ଟୟ ସନ୍ଭ୍ୟୁ ହୋଟେଲର ମାଲିକ ଶିବ ଦୟାଲ ଜୈନଙ୍କୁ ନମ୍ବର ବିହୀନ ବୋଲେରୋ ଗାଡ଼ିରେ ଧକ୍କା ଦେଇ ହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମଙ୍ଗଳବାର ଦିନ ବିଧାୟକ ନବୀନ ଜୈନଙ୍କ ଅତି ନିକଟତର ଅଙ୍କୁର ଅଗ୍ରୱାଲଙ୍କୁ ପୋଲିସ ଏହି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିରେ ବିଧାୟକଙ୍କ ସମ୍ପୃକ୍ତି ବି ଥାଇପାରେ ବୋଲି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଂଗୁଳି ନିର୍ଦେ୍ଦଶ କରିଛି ବିଜେଡ଼ି । ଏହି ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦର ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ, ବ୍ଲକ ଉପାଧ୍ୟକ୍ଷ ଜଗତ ରାମ ରଣା, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ବେହେରା, କାଉନସିଲର ମାନସ ରଞ୍ଜନ ସାହୁ, ବିକାଶ ପାଣିଗ୍ରାହୀ, ପ୍ରେମ ଜୈନ, ଅରୁଣ ବାଗ, ବାପି ଗୁମାନ ସିଂ, ଜଗଦୀଶ ମହାଲିଙ୍ଗ, ଶ୍ୟାମା ପ୍ରସାଦ ଗରିଆ, ରାଜେଶ ପ୍ରଧାନ, ଜ୍ଞାନ ରଞ୍ଜନ ସରାଫ, ଅରୁଣ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ