ବିଶ୍ୱ ହୃତପିଣ୍ଡ ଦିବସ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଦ୍ୱାରା ପାଳିତ
ସୁବର୍ଣ୍ଣପୁର, ୦୮ ଅକ୍ଟୋବର(ହି.ସ.) – ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ବିଶ୍ୱ ହୃତପିଣ୍ଡ ଦିବସ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ସାଧାରଣତଃ ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୁଏ। କି
ବିଶ୍ଵ ହୃତପିଣ୍ଡ ଦିବସ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଦ୍ବାରା ପାଳିତ।


ବିଶ୍ଵ ହୃତପିଣ୍ଡ ଦିବସ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଦ୍ବାରା ପାଳିତ।


ବିଶ୍ଵ ହୃତପିଣ୍ଡ ଦିବସ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଦ୍ବାରା ପାଳିତ।


ବଲାଙ୍ଗିର ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ ନୂତନ କର୍ମକର୍ତ୍ତାବରୁଣ ହେଲେ ଚେୟାରମେନ, ପ୍ରେମଜିତ କୁମାର ହେଲେ ସଭାପତି


ସୁବର୍ଣ୍ଣପୁର, ୦୮ ଅକ୍ଟୋବର(ହି.ସ.) – ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ବିଶ୍ୱ ହୃତପିଣ୍ଡ ଦିବସ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ସାଧାରଣତଃ ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୁଏ। କିନ୍ତୁ ବର୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ ହୃତପିଣ୍ଡ ଦିବସ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନ ଦ୍ୱାରା ପାଳିତ ହୋଇଛି। ଏହି ବିଶ୍ୱ ହୃତପିଣ୍ଡ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ୍ ସାହୁ, ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ରାଜସ୍ୱ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଲିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପ ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୁପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ବିଶ୍ୱ ହୃତପିଣ୍ଡ ଦିବସ ପାଳନ ଅବସରରେ ବିଭିନ୍ନ ବିଭାଗଜିଳ ସ୍ତରୀୟ ଅଧିକାରୀ ବୃନ୍ଦ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଟ ଡାକ୍ତର ବୃନ୍ଦ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ବିଶ୍ୱ ହୃତପିଣ୍ଡ ଦିବସରେ ହୃତପିଣ୍ଡ ଓ ତା କାର୍ଯ୍ୟ, କିପରି ହୃତପିଣ୍ଡ ଯତ୍ନନେବା, ହୃତପିଣ୍ଡର ସୁସ୍ଥତା ପାଇଁ ଆବଶ୍ୟକୀୟ ଦିନଚର୍ଯ୍ୟା ଉପରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ, ସୁବର୍ଣ୍ଣପୁର, ସମ୍ମାନିତ ଅତିଥି, ଉପଜିଲ୍ଲାପାଳ, ସୋନପୁର, ଡ଼. ଜିତାରାମ୍ ବିଡ, ଡ. ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଡ଼ ରଞ୍ଜନ କୁମାର ଦାସ,ଶ୍ରୀ ଉମାକାନ୍ତ ନାଗ, ଅଧ୍ୟାପକ, ଜୀବ ବିଜ୍ଞାନ, ସୋନପୁର ରାଜ ମହାବିଦ୍ୟାଳୟ ବିଶଦ ଭାବେ ସେମାନଙ୍କର ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande