Kendrapara, 8 ଅକ୍ଟୋବର (ହି.ସ.)
କେନ୍ଦ୍ରାପଡା-୦୮/୧୦: ପୂର୍ବତନ ସୈନିକ ସଂଘ ପକ୍ଷରୁ ୯୩ତମ ବାୟୁସେନା ଦିବସ ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର ଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇ ଅଛି। କେନ୍ଦ୍ରାପଡା ର ସମସ୍ତ ଅବସର ପ୍ରାପ୍ତ ବାୟୁ ସୈନିକ ଏବଂ ପୂର୍ବତନ ସୈନିକ ସଂଘର ସମସ୍ତ ଭେଟେରାନ ଏବଂ କେନ୍ଦ୍ରାପଡା ବାସୀଙ୍କୁ ବାୟୁସେନା ଦିବସ ରେ ଅଭିନନ୍ଦନ ଏବଂ ସୁଭକାମନା ଜଣାଇ ଅଛନ୍ତି। ଏହି କାର୍ୟ୍ୟକ୍ରମ ରେ କେନ୍ଦ୍ରାପଡାର ବାୟୁ ସେନାର ଅବସର ପ୍ରାପ୍ତ ପୂର୍ବତନ ସୈନିକ ମାନେ ଉପସ୍ଥିତ ଥିଲେ।ସହ ସମ୍ପାଦକ ସର୍ଜେଣ୍ଟ ଅକ୍ଷୟ କୁମାର ସାହୁ, ଯେ.ଡବ୍ଲୁ.ଓ ପ୍ରଦିପ କୁମାର ପାତ୍ର, ଯେ.ଡବ୍ଳୁ.ଓ ତ୍ରୃସାରକାନ୍ତ ମହାପାତ୍ର,ଯେ.ଡବ୍ଲୁ.ଓ. କଳ୍ପତରୁ ନାୟକ, ଏମ.ଡବ୍ଲୁ.ଓ. ମନୋଜ କୁମାର ବାରିକ, ମିସେସ ମନୋଜ କୁମାର ବାରିକ, କ୍ୟାପଟେନ ଅଭୟ କୁମାର ଲେଙ୍କା,ସୁବେଦାର ବିଚିତ୍ର କୁମାର ନାୟକ, ନାଏବ ସୁବେଦାର ଅଞ୍ଜନ କୁମାର ମୁଦୁଲି,ସୁବେଦାର ସୁଖଦେବ ଖଟୁଆ, ସୁବେଦାର ଗୌରାଙ୍ଗ ଚରଣ ସ୍ବାଇଁ ତଥା ତିନିମୁହାଣ ବଜାର ର ସମାଜ ସେବି ଲୋକ ମାନେ ଯୋଗ ଦେଇ ଥିଲେ। ଏହି ଅବସର ରେ ଏମ.ଡବ୍ଲୁ.ଓ ମନୋଜ କୁମାର ବାରିକ ଏବଂ ଯେ.ଡବ୍ଲୁ.ଓ ପ୍ରଦିପ କୁମାର ପାତ୍ର ଅମର ଯବାନ ସହିଦ ସ୍ତମ୍ବ ରେ (ରିତ୍) ପୁଷ୍ପ ଅର୍ପଣ କରିଥିଲେ ଏବଂ ଦିପ ପ୍ରଜ୍ବଳନ କରି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରଦାନ କରିଥିବା ବାୟୁ ବୀର ମାନଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ଭେଟେରାନ ମାନେ ସହିଦ ମାନଙ୍କୁ ସାଲୁୟୁଟ ପ୍ରଦାନ କରିଥିଲେ। ଯେ.ଡବ୍ଲ.ଓ କଳ୍ପତରୁ ନାୟକ ଏବଂ ଏମ.ଡବ୍ଲୁ.ଓ. ମନୋଜ କୁମାର ବାରିକ ଆଧୁନିକ ଭାରତ ରେ ବାୟୁ ସେନାର ଯୋଗଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି