ଭୁବନେଶ୍ୱର, 8 ଅକ୍ଟୋବର (ହି.ସ.)- ଆସନ୍ତାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବିଜେପି କୋର
କମିଟି ବୈଠକ । ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଦୁଇ ପ୍ରଭାରୀଙ୍କ ସହ କୋର
କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ । ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ
ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । କୋର କମିଟି ବୈଠକରେ
ନୂଆପଡା ଉପନିର୍ବାଚନ ନେଇ ହେବ ଆଲୋଚନା । କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ହେବ
ମାନସ ମନ୍ଥନ । ଏହାସହ ରାଜ୍ୟ କମିଟି ମଧ୍ୟ ହୋଇପାରେ ଚୂଡ଼ାନ୍ତ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା