ଧର୍ମଶାଳା,୮ଅକ୍ଟୋବର(ହି.ସ.) - ଯାଜପୁଚର ଜିଲା ଧର୍ମଶାଳା ଥାନା କୋତପୁର ଫାଣ୍ଡି ଅନ୍ତର୍ଗତ କାଏମା-ରମାପୁର କେଲୁଅ-ନଦୀ ବନ୍ଧ ରାସ୍ତା ସାପ୍ତାହିକ ହାଟ ଗଡା ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଲା ମାରୁତି ସୁ୍ଇଫ୍ଟ କାର । ଫଳରେ ଉଭୟ ଗାଡିରେ ଥିବା ଜଣ ଜଣ ଏକ ବଡ ବିପଦରୁ ବର୍ତି ଯାଇଛନ୍ତି । ଘଟଣାସ୍ଥଳରୁ କୋତପୁର ପୋଲିସ ଦୁଇଟି ଦୁର୍ଘଟଣାଗସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ମୁତାବକ, ଆଜି ଦିନ ୧୨ଟା ସମୟରେ ଏକ ୧୦୮ଆମ୍ବୁଲାନ୍ସ (ଓଡି୦୨ବିଜେ୬୭୭୨)ରସୁଲପୁର ବ୍ଲକ ବନ୍ଧଡିହ ଅଂଚଳରୁ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା । ତେବେ ସେମାନଙ୍କୁ ଛାଡି ବରୀ ଅଂଚଳକୁ ଆମ୍ବୁଲାନ୍ସଟି ଫେରୁ ଥିବା ସମୟରେ କାଏମା-ରମାପୁର କେଲୁଅ ନଦୀ ବନ୍ଧ କୋତପୁରସ୍ଥିତ ସାପ୍ତାହିକ ହାଟ ଗଡା ନିକଟରେ ଏକ ମାରୁତି ସୁଇଫ୍ଟ କାର(ଓଡି୦ସିଟି୨୮୯୮) ନଦୀ ବନ୍ଧକୁ ଉଠିବା ସମୟରେ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଉଭୟ ଗାଡିର ଆଗ ଭାଙ୍ଗି ଚୁରମାର ଯାଇଥିବା ବେଳେ ଆମ୍ବୁଲାନ୍ସର ଡ୍ରାଇଭର,ଫାର୍ମସିଷ୍ଟ ଓ ଆଟେନାଣ୍ଡଙ୍କ ସହ କାର ଭିତରେ ଥିବା ଜଣେ ଚାଳକ ସହ ଜଣେ ଯୁବକ ଏକ ବଡ ବିପଦରୁ ବର୍ତି ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଭୟ ଗାଡି ଭିତରୁ ଉଦ୍ଧାର କରି ଥିଲେ । ତେବେ ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଓ କାର ଭିତରେ ବସିଥିବା ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇ କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ଘଟଣାସ୍ଥଳରୁ ଗାଡି ୨ଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ