ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଗୋପିନାଥପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଦୋଳ ଗୋବିନ୍ଦ ପଣ୍ଡା(୯୭)ଙ୍କ ପରଲୋକ ଘଟିଛି । ବୟସାଧିକ କାରଣରୁ ବିଭିନ୍ନ ରୋଗରେ ପିଡୀତ ଥାଇ ସେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ବିଜେପି ଭଣ୍ଡାରିପୋଖରୀ ବିଧାନ ସଭା ନେତା ଡ. ସୁଧାଂଶୁ ଶେଖର ନାୟକ, ଗୋପିନାଥପୁର ସରପଚଂ ସବିତା ରାଣୀ ନାୟକ, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ,ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ,ପୂର୍ବତନ ସରପଚଂ ପ୍ରଦୀପ୍ତ ନାୟକ, ପୂର୍ବତନ ସମିତି ସଭ୍ୟ ବସନ୍ତ ନାୟକ, ବରିଷ୍ଠ ନାଗରିକ ରାଧାଶ୍ୟାମ ରାଉତ୍, ବିଜେପି ନେତା ମଦନ ମୋହନ ଦାସ ପ୍ରମୁଖ ଶ୍ରୀ ପଣ୍ଡାଙ୍କ ବାସ ଭବନରେ ପହଚିଂ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିବା ବେଳେ ଶବାଧାରରେ ସାମିଲ୍ ଥିଲେ । ପୁତ୍ର ବିଜେପି ନେତା ସୁବାଷ ପଣ୍ଡା ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପ୍ରକାଶଥାଉକି ୧୯୨୮ ମସିହା ଦୋଳ ପୂର୍ଣ୍ଣମି ରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତଃ ଦୋଳ ଗୋବିନ୍ଦ ସେତେବେଳେ କଂଗ୍ରେସର ନେତୃତ୍ୱ ନେଉଥୁବା ବେଳେ ଜଣେ ସଫଳ ଚାଷୀ ଓ ସମାଜସେବୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ