- ବିପକ୍ଷରେ ଭୋଟ ପାଇଁ ନବୀନଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡିର କସରତ ଆରମ୍ଭ ହୋଇଛି। ହସ୍ତକ୍ଷେପ କରି ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ବିପକ୍ଷରେ କାଲି ଭୋଟ୍ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ। ଦଳୀୟ କାଉନସିଲର ହ୍ୱିପ୍ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ନିର୍ଦ୍ଦେଶ ସମ୍ପର୍କିତ ନୋଟିସ୍ କାଉନସିଲରଙ୍କୁ ଦେବାକୁ ଜଗନ୍ନାଥ ସାରକାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା