କୁଣ୍ଡପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି ଘଟଣାରେ ଯୁବକ ଗିରଫ
ଧର୍ମଶାଳା,୮ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଂଚାୟତସ୍ଥ କୁଣ୍ଡପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସେପ୍ଟେମ୍ବର ମାସ ୨୬ ତାରିଖ ବିଳମ୍ବିତ ରାତିରେ କେହି ଦୁବୃତ ମେଡିକାଲ ସାମଗ୍ରୀ ସମେତ ଟେବୁଲ , କାନ୍ଥ ଓ ଷ୍ଟଣ୍ଡ ଫ୍ୟାନ ୩ଟା,କ୍ୟାମେରା ୪ଟା ,ଏଲଇଡି
କୁଣ୍ଡପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି ଘଟଣାରେ ଯୁବକ ଗିରଫ


ଧର୍ମଶାଳା,୮ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଂଚାୟତସ୍ଥ କୁଣ୍ଡପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସେପ୍ଟେମ୍ବର ମାସ ୨୬ ତାରିଖ ବିଳମ୍ବିତ ରାତିରେ କେହି ଦୁବୃତ ମେଡିକାଲ ସାମଗ୍ରୀ ସମେତ ଟେବୁଲ , କାନ୍ଥ ଓ ଷ୍ଟଣ୍ଡ ଫ୍ୟାନ ୩ଟା,କ୍ୟାମେରା ୪ଟା ,ଏଲଇଡି ଟିଭି ଗୋଟିଏ,ସେଟଅଫ ବକ୍ସ ଗୋଟିଏ ଓ ଟୁଲୁ ପାଣି ମଟର ଗୋଟିଏ ଚୋରି ହୋଇଥିବା ନେଇ ଥାନାରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ରଶ୍ମିତା ରାଉତ ଅଭିଯୋଗ କରିଥିଲେ । ପୋଲିସ ଥାନାରେ ୨୩୨ା୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୋଲିସ ତଦନ୍ତ ଚଳାଇ ମେଡିକାଲରେ ଲାଗିଥିବା ସିସି କ୍ୟାମେରା ଯାଂଚ କରିଥିଲା । ତେବେ ମଙ୍ଗଳବାର ସନ୍ଧ୍ୟାରେ କୁଣ୍ଡପାଟଣାଠାରେ ଲକ୍ଷ୍ମୀ ପୂଜା ମଣ୍ଡପରୁ ଉତରପ୍ରତାପ ପଂଚାୟତସ୍ଥ ମଧୁପୁର ଗ୍ରାମର ରବିନ୍ଦ୍ର ମଳିକଙ୍କ ପୁଅ ପ୍ରଶାନ୍ତ(୨୪)କୁ ଥାନାକୁ ଆଣି ପଚରାଉଚୁରା କରିଥିଲା । ମେଡିକାଲ ସମେତ ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଆଗରେ କହିଥିଲା । ଆଜି ପ୍ରଶାନ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande