ଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ସାମଲ ବନ୍ତ ବ୍ଲକର ପ୍ରସିଦ୍ଧ କେନ୍ଦୁଆପଦା ଛକ ଓ ଥାନା ଛକ ଲକ୍ଷ୍ମୀ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ସାମଲ ପୂଜା କମିଟିର ପୂର୍ବତନ ସରପଚଂ ବିଜୟ ନାୟକ, ରାମଚନ୍ଦ୍ର ପ
prafulla samal visit to bonth laxmi puja photo (1)


ଭଦ୍ରକ, ୮ ଅକ୍ଟୋବର (ହି.ସ.) - ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ସାମଲ ବନ୍ତ ବ୍ଲକର ପ୍ରସିଦ୍ଧ କେନ୍ଦୁଆପଦା ଛକ ଓ ଥାନା ଛକ ଲକ୍ଷ୍ମୀ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ସାମଲ ପୂଜା କମିଟିର ପୂର୍ବତନ ସରପଚଂ ବିଜୟ ନାୟକ, ରାମଚନ୍ଦ୍ର ପଣ୍ଡା, ନୃସିଂହ ଚରଣ ପରିଡା, ସୌକତ ଅଲ୍ଲୀ,ବିଜୟ ସାହୁ, ଅଖିଳ ସାହୁ, ରଘୁନାଥ ରଣା ପ୍ରମୁଖଙ୍କ ସହ ଆଲୋଚନା କରି ଦୀର୍ଘ ୪୯ ବର୍ଷ ଧରି ଏହି ପୂଜାକୁ ପ୍ରମୁଖ ଭାବେ ପାଳନ କରି ଆସୁଥିବାରୁ କମିଟିର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଶ୍ରୀ ସାମଲଙ୍କ ସହ ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ବିକାଶ ଶ୍ରେଷ୍ଟା,ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ସ୍ମୃତି ରଞ୍ଜନ ସ୍ୱାଇଁ, ଛାତ୍ର ଜନତା ଦଳ ବନ୍ତ ବ୍ଲକ୍ ସଭାପତି ପ୍ରଣବ ଲେଙ୍କା, ସୋସିଆଲ୍ ମିଡିଆ ସଂଯୋଜକ ମାନସ ପାତ୍ର, ସେକ୍ ଅନିଲ୍ ପ୍ରମୁଖ ଉପସ୍ଥିତ ଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande