ଭୁବନେଶ୍ୱର, 8 ଅକ୍ଟୋବର (ହି.ସ.)
- ସମବାୟ ସମିତି ସମ୍ପାଦକଙ୍କ ହେବ କ୍ୟାଡର ଗଠନ | କ୍ୟାଡର ଗଠନ ପରେ ସେମାନଙ୍କ ଟ୍ରାନ୍ସଫର ହେବ | ରାଜ୍ୟରେ 5242 ସମବାୟ ସମିତି ଥିବାବେଳେ 4252 ସମବାୟ ସମିତି ସମ୍ପାଦକ ଅଛନ୍ତି | ଲୋକଙ୍କ ମାନସିକତା ଅଛି ସମବାୟ ଦୁର୍ନୀତି ବିଭାଗ | ସେମାନସିକତା ଉଠାଇବା ପାଇଁ ସେମାନଙ୍କ କ୍ୟାଡର ହେବ । ଏନେଇ ସମବାୟ
ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସମବାୟ ନିତି ପାଇଁ ମତାମତ ଗ୍ରହଣ କରାଯିବ | ରାଜ୍ୟରେ 5 ଟି କର୍ମଶାଳା କରାଯିବ | ଅକ୍ଟୋବର 11,14,17 ଓ 23 ତାରିଖ ରେ ହେବ କର୍ମଶାଳା | ବ୍ରହ୍ମପୁର, ସମ୍ବଲପୁର,ବାଲେଶ୍ୱର, କୋରାପୁଟରେ ହେବ କର୍ମଶାଳା | ସମବାୟ
ବିତ, ସବୁ ରାଜନୈତିକ ଦଳ ର ବ୍ୟକ୍ତି, ବିଧାୟକ ମନ୍ତ୍ରୀ ଙ୍କୁ ନେଇ ମତାମତ ଆହ୍ୱାନ କରାଯିବ | ଶେଷରେ ଭୁବେନେଶ୍ୱର ରେ ହେବ କର୍ମଶାଳା କାର୍ଯ୍ୟକ୍ରମରେ ଯୋଗଦେବେ
ମୁଖ୍ୟମନ୍ତ୍ରୀ |ଖୋର୍ଦ୍ଧା, ପୁରୀ, ନୟାଗଡ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ନେଇ କରାଯିବ କର୍ମଶାଳା |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା