ଟାଟା ଏସି ପାଣି ଟାଙ୍କି ଧକ୍କାରେ ଚାଷୀ ମୃତ : ଗାଡି ଜବତ
ଧର୍ମଶାଳା,୮ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବରୁହାଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା କଲେଜ ଛକ ନିକଟରେ ଦୁର୍ଘଟଣା । ସାଇକେଲ ଚାଳକଙ୍କୁ ପଛ ପଟୁ ଧକ୍କା ଦେଲା ଟାଟା ଏସି ପାଣି ଟାଙ୍କି ଗାଡି । ଫଳରେ ସାଇକେଲ ଚାଳକ ଗୁରୁତର ହୋଇପଡିଥିଲେ । ତାଙ୍କୁ କଟକ ବଡ ମେଡିକାଲକୁ ନେବା ସମୟରେ ବଡଚଣା ନିକଟରେ ତାଙ୍
ଟାଟା ଏସି ପାଣି ଟାଙ୍କି ଧକ୍କାରେ ଚାଷୀ ମୃତ : ଗାଡି ଜବତ


ଧର୍ମଶାଳା,୮ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବରୁହାଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା କଲେଜ ଛକ ନିକଟରେ ଦୁର୍ଘଟଣା । ସାଇକେଲ ଚାଳକଙ୍କୁ ପଛ ପଟୁ ଧକ୍କା ଦେଲା ଟାଟା ଏସି ପାଣି ଟାଙ୍କି ଗାଡି । ଫଳରେ ସାଇକେଲ ଚାଳକ ଗୁରୁତର ହୋଇପଡିଥିଲେ । ତାଙ୍କୁ କଟକ ବଡ ମେଡିକାଲକୁ ନେବା ସମୟରେ ବଡଚଣା ନିକଟରେ ତାଙ୍କୁ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ବ୍ରହ୍ମବରଦା ପଂଚାୟତସ୍ଥ ବେଲଗୁଡି ଗ୍ରାମର ନବଘନ ବେହେରା(୫୫) ବୋଲି ଜଣାପଡିଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଟାଟା ଏସିକୁ ଜବତ କରିବା ସହିତ ବଡଚଣାରୁ ମୃତ ଦେହ ଜବତ କରିଛି ।

ସୂଚନା ମୁତାବକ,ଆଜି ଅପରାହ୍ନରେ ନବଘନ ସାଇକେଲ ଯୋଗେ ବରୁହାଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା କଲେଜ ରୋଡରେ ବିଲକୁ ଧାନ ଆଣିବାକୁ ଯାଉଥିଲେ । ତେବେ ବ୍ରହ୍ମବରଦାରୁ ନାଳକୂଳ ଅଭିମୁଖେ ଯାଉଥିବା ଏକ ପାଣିଟାଙ୍କି ଟାଟା ଏସି ଗାଡି କଲେଜ ଛକ ନିକଟରେ ତାଙ୍କ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ନବଘନ ଗୁରୁତ ହୋଇ ପଡିଥିଲେ । ତାଙ୍କୁ ଗୁରୁତର କଟକ ବଡ ମେଡିକାଲକୁ ନିଆ ଯିବା ସମୟରେ ବଡଚଣା ନିକଟରେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ରହ୍ମବରଦା ପୋଲିସ ଖବର ପାଇ ଟାଟା ଏସିକୁ ଜବତ କରିବା ସହ ମେଡିକାଲରେ ପଂହଚି ଶବ ଜବତ କରି ଏକ ଅପମୃତ ରୁଜୁ କରିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଏସ୍‌ଆଇ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande